ରଅ ଠଅ Ra-a ṭha-a

  • ଦେ. ବିଣ. ଓ କ୍ରି. ବିଣ.—(ଓଡ଼ିଆ, ରହିବା+ସଂ. ସ୍ଥା ଧାତୁ) ଅଧା ପାଠୁଆ; ଲେଖା ହୋଇଥିବା ଅକ୍ଷରମାନଙ୍କୁ ଅତି କଷ୍ଟରେ ପଢ଼ିବା ପ୍ରକାରେ; ଯେ କୌଣସି ପ୍ରକାରେ — In a halting matter; anyhow; (said of a half literate person roughly deciphering a writing or print.)
  • ଦେ. ବିଣ. ଓ କ୍ରି. ବିଣ.—(ଓଡ଼ିଆ, ରହିବା+ସଂ. ସ୍ଥା ଧାତୁ) [ଦ୍ର—ଅଧାପାଠୁଆ ବ୍ୟକ୍ତି ପ୍ରାଞ୍ଜଳରୂପେ ଅକ୍ଷରମାନଙ୍କୁ ପଢ଼ି ନ ପାରି କୌଣସି ଲେଖାକୁ ପଢ଼ିଲାବେଳେ 'ର' ସ୍ଥାନରେ 'ଠ' ପଢ଼ିଯାଏ, କିମ୍ବା ରହି ରହି ଭିଳମ୍ବ କରି ପଢ଼େ। ଏହି ପରି ପଢ଼ିବା ବ୍ୟକ୍ତି ସମ୍ବନ୍ଧେ ଏହି ଉକ୍ତି ବୋଲାଯାଏ। ଯଥା— ରାମା ସେ ଚିଠି ଖଣ୍ଡ ରଅଠଅ କରି ପଢ଼ିଲା।]
  • ଦେ. ବିଣ. ଓ କ୍ରି. ବିଣ.—(ଓଡ଼ିଆ, ରହିବା+ସଂ. ସ୍ଥା ଧାତୁ) ସମ୍ପୂର୍ଣ୍ଣ ରୂପେ ଅକ୍ଷର ପରିଚୟ କରି ନଥିବା ସାମାନ୍ୟ ପାଠ ପଢ଼ିଥିବା (ବ୍ୟକ୍ତି) — (A person) Who has not even read so far as to be able to read out a passage fluently; unlettered (person)
  • ଦେ. ବିଣ. ଓ କ୍ରି. ବିଣ.—(ଓଡ଼ିଆ, ରହିବା+ସଂ. ସ୍ଥା ଧାତୁ) ବଙ୍କା ଟଙ୍କା ବା ଥାଇଲା ମାଇଲା କରି କାମ କରିବା; କୌଣସି କାର୍ଯ୍ୟକୁ ତନ୍ନତନ୍ନ କରି ସମ୍ପାଦନ ନ କରି ଅସମ୍ପୂର୍ଣ୍ଣରୂପେ ସାଧନ କରିବା ପ୍ରକାରେ — Doing a work in a haphazard manner or clumsily or slovenly
  • ଦେ. ବିଣ. ଓ କ୍ରି. ବିଣ.—(ଓଡ଼ିଆ, ରହିବା+ସଂ. ସ୍ଥା ଧାତୁ) (ଯଥା—ମଫସଲିଆ ବଢ଼େଇ ଏ ଆଲମାରି ଖଣ୍ଡ ରଅ ଠଅ କରି ତିଆରି କରିଛି।)