ଯୋଗ J̄oga

  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — ଧ୍ୟାନ ଓ ସାଧନାଦି ଦ୍ୱାରା (ମନୁଷ୍ୟ ଶରୀରସ୍ଥ) ଜୀବାତ୍ମା ଓ ପରମାତ୍ମାଙ୍କର ଭଗବାନଙ୍କ ସଙ୍ଗେ ମିଳନ — Spiritual communion of man with God; the union of a man's soul with the Divine Spirit; 'When man-in-God is one with God-in-man' (Tennyson)
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — [ଦ୍ର—ଭିନ୍ନ ଭିନ୍ନ ପ୍ରଣାଳୀରେ ଯୋଗ ସାଧନ କରିବା ବିଷୟ ଭଗବଦ୍ଗୀତାରେ ବର୍ଣ୍ଣିତ ହୋଇଅଛି। ପ୍ରତ୍ୟେକ ଅଧ୍ୟାୟ ଶେଷରେ ଅମୁକ ଯୋଗ ନାମ ଅମୁକ ଅଧ୍ୟାୟ ବୋଲି ଲେଖାଅଛି।]
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — ତପସ୍ୟା; ଜୀବାତ୍ମା ଓ ପରମାତ୍ମାର ମିଳନ ଘଟାଇବା ପାଇଁ ଅବଲମ୍ବିତ 8 ଟି ପନ୍ଥା — ତପସ୍ୟା; ଜୀବାତ୍ମା ଓ ପରମାତ୍ମାର ମିଳନ ଘଟାଇବା ପାଇଁ ଅବଲମ୍ବିତ8ଟି ପନ୍ଥା—. The eight steps leading to the accomplishment of spiritual communion
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — [ଦ୍ର—ଏହାର ଅନ୍ୟ ନାମ ଅଷ୍ଟାଙ୍ଗ ଯୋଗ। ଯୋଗର ଅଷ୍ଟାଙ୍ଗ ବା ଆଠ ଗୋଟି ଅଙ୍ଗ, ଯଥା—ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣା ଓ ସମାଧି। ଯମ 5 ଟି—ଅହିଂସା, ସତ୍ୟ, ଅଚୌର୍ଯ୍ୟ, ବ୍ରହ୍ମଚର୍ଯ୍ୟ ଓ ସର୍ବବିଧ ଭୋଗ ପରିତ୍ୟାଗ। — [ଦ୍ର—ଏହାର ଅନ୍ୟ ନାମ ଅଷ୍ଟାଙ୍ଗ ଯୋଗ ଯୋଗର ଅଷ୍ଟାଙ୍ଗ ବା ଆଠ ଗୋଟି ଅଙ୍ଗ, ଯଥା—ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣା ଓ ସମାଧି ଯମ5ଟି—ଅହିଂସା, ସତ୍ୟ, ଅଚୌର୍ଯ୍ୟ, ବ୍ରହ୍ମଚର୍ଯ୍ୟ ଓ ସର୍ବବିଧ ଭୋଗ ପରିତ୍ୟାଗ
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — ନିୟମ 5 ଟି—ବାହ୍ୟ ଓ ଆଭ୍ୟନ୍ତର ଶୌଚ, ସନ୍ତୋଷ, ଇନ୍ଦ୍ରିୟ ନିଗ୍ରହରୂପ ତପଃ, ବେଦାଧ୍ୟୟନ, ପ୍ରଣିଧାନ। — ନିୟମ5ଟି—ବାହ୍ୟ ଓ ଆଭ୍ୟନ୍ତର ଶୌଚ, ସନ୍ତୋଷ, ଇନ୍ଦ୍ରିୟ ନିଗ୍ରହରୂପ ତପଃ, ବେଦାଧ୍ୟୟନ, ପ୍ରଣିଧାନ
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — ଆସନ—ପଦ୍ମାସନ, ବୀରାସନ ଆଦି ବସିବାର ଢଙ୍ଗ।
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — ପ୍ରାଣାୟାମ—ରେଚକ (ନାକର ଡାହାଣ ପୁଡ଼ାରେ ନିଶ୍ୱାସ ଦ୍ୱାରା ଦେହ ମଧ୍ୟରୁ ବାୟୁକୁ ଛାଡ଼ିବା), ପୂରକ (ନାକର ବାମ ପୁଡ଼ାରେ ନିଶ୍ୱାସ ଦ୍ୱାରା ଦେହ ମଧ୍ୟକୁ ବାୟୁ ପୂରାଇବା) ଓ କୁମ୍ଭକ (ଦେହରେ ପୂରାଇଥିବା ବାୟୁକୁ କିଛି କାଳ ସକାଶେ ଦେହ ମଧ୍ୟରେ ସମ୍ଭାଳିବା) କ୍ରିୟାଦ୍ୱାରା ପ୍ରାଣ— ବାୟୁର ଦୀର୍ଘତ୍ୱ ସମ୍ପାଦନ ଓ ସ୍ଥିରୀକରଣ।
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — ପ୍ରତ୍ୟାହାର—ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧାଦି ବାହ୍ୟ ବିଷୟରୁ ମନକୁ ପ୍ରତିନିବୃତ୍ତ କରାଇବା।
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — ଧ୍ୟାନ—ବ୍ରହ୍ମଚିନ୍ତା ଓ ଆତ୍ମଚିନ୍ତା। ହୃଦୟରେ ବ୍ରହ୍ମଙ୍କର କଳ୍ପିତ ରୂପଗୁଣାଦି ଚିନ୍ତନ।
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — ଧାରଣା—ବ୍ରହ୍ମବସ୍ତୁରେ ମନର ସ୍ଥିତି ବା କେନ୍ଦ୍ରୀ— ଭାବ।
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — ସମାଧି—ବ୍ରହ୍ମବସ୍ତୁରେ ଲୟ; 'ଅହଂ ବ୍ରହ୍ମାସ୍ମି'—ଅର୍ଥାତ୍ 'ମୁଁ ବ୍ରହ୍ମ' ଏହିରୂପ ଜ୍ଞାନରେ ଅବସ୍ଥିତି। ପରମାତ୍ମା ସହିତ ଜୀବାତ୍ମାର ମିଳନ।
  • ସଂ. ବି. (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ) — ଫଳତଃ—ଅଷ୍ଟାଙ୍ଗ ମଧ୍ୟରୁ ଶେଷ ଅଙ୍ଗ ବା ସମାଧିହିଁ ଯୋଗ ଅଟେ ଏବଂ ଏହି ସମାଧି ଅବସ୍ଥାକୁ ଲାଭ କରିବା ପାଇଁ ପୂର୍ବୋକ୍ତ ଅନ୍ୟ 7 ଗୋଟି ସୋପାନ ଲୋଡ଼ା ଓ ଉକ୍ତ ସୋପାନ ବାଟେ ନ ଆସିଲେ ସମାଧିରେ ପହଞ୍ଚି ପାରିବା ଅସମ୍ଭବ। ପ୍ରାଚୀନ ହିନ୍ଦୁ ମୁନି ଋଷିମାନେ ଏହି ସମାଧିଯୁକ୍ତ ଅବସ୍ଥାରେ ପହଞ୍ଚି ପରମାନନ୍ଦ ଓ ମୁକ୍ତି ଲାଭ କରୁଥିଲେ। ଏହି ଅଷ୍ଟାଙ୍ଗ ସାଧନହିଁ ଯୋଗସାଧନ। ବୌଦ୍ଧମାନେ ଏହାକୁହିଁ 'ନିର୍ବାଣ' ନାମ ଦେଇଥିଲେ ଓ ଖ୍ରୀଷ୍ଟୀୟାନ୍ମାନେ ଆଧ୍ୟାତ୍ମିକ ସମ୍ମେଳନ — ଫଳତଃ—ଅଷ୍ଟାଙ୍ଗ ମଧ୍ୟରୁ ଶେଷ ଅଙ୍ଗ ବା ସମାଧିହିଁ ଯୋଗ ଅଟେ ଏବଂ ଏହି ସମାଧି ଅବସ୍ଥାକୁ ଲାଭ କରିବା ପାଇଁ ପୂର୍ବୋକ୍ତ ଅନ୍ୟ7ଗୋଟି ସୋପାନ ଲୋଡ଼ା ଓ ଉକ୍ତ ସୋପାନ ବାଟେ ନ ଆସିଲେ ସମାଧିରେ ପହଞ୍ଚି ପାରିବା ଅସମ୍ଭବ ପ୍ରାଚୀନ ହିନ୍ଦୁ ମୁନି ଋଷିମାନେ ଏହି ସମାଧିଯୁକ୍ତ ଅବସ୍ଥାରେ ପହଞ୍ଚି ପରମାନନ୍ଦ ଓ ମୁକ୍ତି ଲାଭ କରୁଥିଲେ ଏହି ଅଷ୍ଟାଙ୍ଗ ସାଧନହିଁ ଯୋଗସାଧନ ବୌଦ୍ଧମାନେ ଏହାକୁହିଁ 'ନିର୍ବାଣ' ନାମ ଦେଇଥିଲେ ଓ ଖ୍ରୀଷ୍ଟୀୟାନ୍ମାନେ ଆଧ୍ୟାତ୍ମିକ ସମ୍ମେଳନ'Spiritual communion'ନାମ ଦେଇଥିଲେ ମନକୁ ସଂସାରର ସୁଖଦୁଃଖରୁ ନିବୃତ୍ତ କରି ଚିତ୍ତର ଏକାଗ୍ରତା ଲାଭ କରିବା ଓ ମନକୁ ସଂସାରଚିନ୍ତାରୁ କାଢ଼ି ନେଇ ଆତ୍ମପ୍ରସାଦରୂପ ଅନାବିଳ ଆନନ୍ଦ ଓ ଶାନ୍ତି ଭୋଗ କରିବାହିଁ ଯୋଗ ଭାରତ ପ୍ରାଚୀନକାଳରେ ନାନାପ୍ରକାର ବିଦ୍ୟାରେ ପାରଦର୍ଶିତା ଲାଭ କରିଥିଲା ବେଦ୍, ସଂହିତା, ଦର୍ଶନ, ସ୍ମୃତି, ଶ୍ରୁତି, ଜ୍ୟୋତିଷ, ଚିକିତ୍ସା, ଯୋଗ ପ୍ରଭୃତି ନାନାଶାସ୍ତ୍ର ବିଶାରଦ ହୋଇ ଭାରତ ସମଗ୍ର ଜଗତର ଗୁରୁ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ଭାରତ ଜଡ଼ବିଜ୍ଞାନ ଓ ମନୋବିଜ୍ଞାନ ଉଭୟ ବିଦ୍ୟାରେ ଚୂଡ଼ାନ୍ତ ଉନ୍ନତିଲାଭ କରିଥିଲା କାଳକ୍ରମେ ଭାରତର ଅନେକ ପୋଥି ପତ୍ର କାଳର କରାଳ ଗର୍ଭରେ ନିକ୍ଷିପ୍ତ ହୋଇଅଛି ଯାହା କିଛି ମିଳୁଛି ତହିଁରୁ ଜ୍ଞାନର ଅନେକ ଶାଖା ପ୍ରକାଶିତ ହେଉଅଛି ଯୋଗ ଶାସ୍ତ୍ର ହିନ୍ଦୁଶାସ୍ତ୍ରମାନଙ୍କ ମଧ୍ୟରେ ପ୍ରଧାନ ଶାସ୍ତ୍ର ଯୋଗ— ବିଦ୍ୟାର ଅଦ୍ଭୁତ ଶକ୍ତି ଯୋଗର ପ୍ରଧାନ ଉଦ୍ଦେଶ୍ୟ କଅଣ? ଏହା ଦ୍ୱାରା ମାନବ ପାର୍ଥିବ ସୁଖମ୍ଭୋଗରେ ଅନାଶକ୍ତ, ସାଂସାରିକ ମୋହମାୟା ପାଶରୁ ମୁକ୍ତ, ଆଧ୍ୟାତ୍ମିକ ଉତ୍କର୍ଷର ଅଧିକାରୀ, ସର୍ବଭୂତରେ ସମଦର୍ଶୀ, ସୁଖଦୁଃଖରେ ସମଜ୍ଞାନୀ, ଜିତେନ୍ଦ୍ରିୟ, ସର୍ବସିଦ୍ଧ, ନିତ୍ୟକୃପାପୂର୍ଣ୍ଣଚିତ୍ତ, ଜୀବନ୍ମୁକ୍ତ ହୁଏ, ପରମବ୍ରହ୍ମପଦପ୍ରାପ୍ତ ବା ପରମବ୍ରହ୍ମରେ ଲୀନ ହୁଏ? ଯୋଗସିଦ୍ଧି ଦ୍ୱାରା ଲୋକ ତ୍ରିକାଳଦର୍ଶୀ ଓ ସର୍ବକ୍ଷମତା ସମ୍ପନ୍ନ ହୁଏ ଯୋଗୀ ଅସାଧ୍ୟ ସାଧନ କରେ ଯୋଗୀ ନ କରି ପାରିବ, ଏପରି କିଛି କର୍ମ୍ମ ନାହିଁ ଯୋଗରେ ସିଦ୍ଧିଲାଭ କଲେ ଲୋକ ମେଘ, ବାୟୁ ପ୍ରଭୃତିକୁ ସ୍ତମ୍ଭନ କରି ଶୂନ୍ଯ ମାର୍ଗରେ ବିଚରଣ କରେ, ଜଳ ଉପରେ ସଞ୍ଚରଣ, ଜଳକୁ ଓ ମୃତ୍ତିକାକୁ ସ୍ତମ୍ଭନ କରି ତା ମଧ୍ୟରେ ଅବସ୍ଥିତି କରେ ଓ ଜଳ ଏବଂ ମୃତ୍ତିକା ଭିତରେ ପ୍ରବେଷ କରେ, ପର୍ବ୍ୱତ ଓ ଅରଣ୍ୟ ଭେଦ କରେ, ସମୁଦ୍ର ଆଦି ପାରି ହୋଇଯାଏ; ମୂହୂର୍ତ୍ତକେ ନାନାସ୍ଥାନକୁ ଯାଇ ଫେରି ଆସେ, ଅଗ୍ନିତାପ ଓ ହିମ ପ୍ରଭୃତ ସ୍ତମ୍ଭନ କରେ ଏବଂ ତା ମଧ୍ୟରେ ସ୍ଥିତି ଓ ଯାତାୟତ କରେ, ଅନ୍ତର୍ହିତହୁଏ, ବିବିଧ ସୁନ୍ଦର ଓ ଭୀଷଣ ମୂର୍ତ୍ତି ଧାରଣ କରେ, ସର୍ବରୋଗ ବିମୁକ୍ତ, ତ୍ରିକାଳଦର୍ଶୀ ଓ ତ୍ରିକାଳଜ୍ଞାନୀ ହୁଏ ଯୋଗବଳରେ ବାକ୍ସିଦ୍ଧି, କ୍ଷୁଧା ତୃଷ୍ଣା ସୁଖ ଦୁଃଖ ଆଦିର ବୋଧ—ରାହିତ୍ୟ, ଦୀର୍ଘଜୀବନ, ଇଚ୍ଛାମୃତ୍ୟୁ, ଇତ୍ୟାଦି ନାନାବିଧ ଶକ୍ତି ଲାଭ ହୁଏ ପ୍ରାଚୀନ ଯୋଗୀ ଋଷିମାନେ ଯୋଗ ବିଦ୍ୟାରେ ବିଶେଷ ପାରଦର୍ଶୀ ଥିଲେ ଏବଂ ସିଦ୍ଧ ହୋଇ ଥିଲେ ପୂର୍ବେ ଏପରି ସିଦ୍ଧ ଯୋଗୀ ଅନେକ ଥିଲେ, ମାତ୍ର ଆଜି କାଲି ସେପରି ଯୋଗୀ ସାଧାରଣ କ୍ଷେତ୍ରରେ ଦେଖାଯାଆନ୍ତି ନାହିଁ ଆଧୁନିକ ଶିକ୍ଷିତ ସମାଜରେ ଯୋଗଶାସ୍ତ୍ରରେ ବିଶ୍ୱାସ ନାହି ସୁତରାଂ ସାଧନା କଥା ଆଉ କଅଣ କହିବା ଫଳରେ ଯୋଗଶାସ୍ତ୍ରର ଅବନତ ଅବଶ୍ୟଂଭାବୀ ହୋଇଅଛି