ଯୋଗ୍ୟତା J̄ogyatā

  • ସଂ. ବି [ଯୋଗ୍ୟ+ଭାଗ. ତା, ତ୍ୱ] — ଉପଯୁକ୍ତ — Fitness; appropriateness
  • ସଂ. ବି [ଯୋଗ୍ୟ+ଭାଗ. ତା, ତ୍ୱ] — ଦକ୍ଷତା — Competence; proficiency
  • ସଂ. ବି [ଯୋଗ୍ୟ+ଭାଗ. ତା, ତ୍ୱ] — କୌଣସି କାର୍ଯ୍ୟ ପାଇବା ପାଇଁ ଉପଯୋଗିତା — Eligibility
  • ସଂ. ବି [ଯୋଗ୍ୟ+ଭାଗ. ତା, ତ୍ୱ] — ସୁଗୁଣ — Merit
  • ସଂ. ବି [ଯୋଗ୍ୟ+ଭାଗ. ତା, ତ୍ୱ] — ପଦାର୍ଥ ସମୂହର ପରସ୍ପରସମ୍ବନ୍ଧରେ ବାଧାର ଅଭାବ — Want of incongruity between more than one thing
  • ସଂ. ବି [ଯୋଗ୍ୟ+ଭାଗ. ତା, ତ୍ୱ] — (ନ୍ୟାୟ ଦର୍ଶନ) ବାକ୍ୟରେ ବ୍ୟବହୃତ ହୋଇଥିବା ପଦମାନଙ୍କର ଅର୍ଥର ଅନ୍ୱୟରେ ପରସ୍ପର ସମ୍ବନ୍ଧରେ ବାଧାର ଅଭାବ; ପଦାର୍ଥମାନଙ୍କର ପରସ୍ପର ସମ୍ବନ୍ଧରେ ବାଧାର ଅଭାବ (ଆପ୍ତେ) (ଦ୍ର—ବାକ୍ୟାନ୍ତର୍ଗତ ପଦମାନଙ୍କର ଅର୍ଥରେ ପରସ୍ପର ଅସାମଞ୍ଜସ୍ୟ ଲକ୍ଷିତ ନ ହେଲେ ବାକ୍ୟଟି ଯୋଗ୍ୟତାଯୁକ୍ତ ହେବାର ବୁଝାଯାଏ) — (Nyāya philosophy) Want of inconsistency in the senses conveyed by the words of a sentence; fitness or compatibility of sense; the absence of absurdity in the mutual connection of the things signified by the words (Apte)
  • ସଂ. ବି [ଯୋଗ୍ୟ+ଭାଗ. ତା, ତ୍ୱ] — [ଦ୍ର—ସେ ଜଳ ଛିଞ୍ଚି ଅଗ୍ନି ଲିଭାଉଛି— ଏଠାରେ ବାକ୍ୟର ପଦମାନଙ୍କ ମଧ୍ୟରେ ପରସ୍ପରସହିତ ଅର୍ଥରେ ଅସାମଞ୍ଜସ୍ୟ ନ ଥିବାରୁ ଏହା ଯୋଗ୍ୟତାର ଉଦାହରଣ। କିନ୍ତୁ ଯଦି ବୋଲାଯାଏ ଯେ 'ସେ ଅଗ୍ନି ପ୍ରୟୋଗ କରି ଦେହକୁ ଶୀତଳ କରୁଛି'—ଏଠାରେ ଯୋଗ୍ୟତାର ଅଭାବ ହେଲା]
  • ସଂ. ବି [ଯୋଗ୍ୟ+ଭାଗ. ତା, ତ୍ୱ] — ଔଚିତ୍ୟ — Propriety
  • ସଂ. ବି [ଯୋଗ୍ୟ+ଭାଗ. ତା, ତ୍ୱ] — ଆବଶ୍ୟକତା — Usefulness; necessity