ଯୁକ୍ତି J̄ukti
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — ବାଦାନୁବାଦ; ନ୍ୟାୟ; ତର୍କ — Reasoing; logic argument
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — [ଦ୍ର— ଏକ ବା ଏକାଧିକ ଅନୁଭୂତ ବିଷୟର ସାହାଯ୍ୟରେ କୌଣସି ଅନୁଭୂତ ବିଷୟର ଜ୍ଞାନ ଜନ୍ମିଲେ, ଉକ୍ତ ଜ୍ଞାନକୁ ଯୁକ୍ତି ବୋଲାଯାଏ। ଯୁକ୍ତି ତର୍କବିଜ୍ଞାନର ଗୋଟିଏ ପାରିଭାଷିକ ଶବ୍ଦ। ଇଂରେଜିରେ ଏହାକୁ ଇନ୍ଫରେନ୍ସ — (Inference)କହନ୍ତି ଯୁକ୍ତି ଦ୍ୱ୍ୟର୍ଥସୂଚକ ଯେଉଁ ଜ୍ଞାନ ହସ୍ତଗତ ହୁଏ ତାହା ପ୍ରତି ଓ ଯେଉଁ ପ୍ରଣାଳୀ ଦ୍ୱାରା ଉକ୍ତ ଜ୍ଞାନ ଆୟତ୍ତ ହୁଏ ତାହା ପ୍ରତି ମଧ୍ୟ ଏହି ଶବ୍ଦ ପ୍ରଯୁଜ୍ୟ ଯୁକ୍ତି ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ, ଯୁକ୍ତିଲବ୍ଧ ଜ୍ଞାନ ଅପ୍ରତ୍ୟକ୍ଷ ଯୁକ୍ତି ବଳରେ ଭୂତ, ଭବିଷ୍ୟତ ଓ ପରୋକ୍ଷ ବିଷୟ ଜାଣିବାରେ ଆମ୍ଭେମାନେ ସମର୍ଥ ହେଉଁ ଯୁକ୍ତି ଦୁଇ ପ୍ରକାର, (କ) ଆରୋହୀ ଯୁକ୍ତି(Induction)ଏବଂ (ଖ) ଅବରୋହୀ ଯୁକ୍ତି(=Deduction)
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — ପାଶ୍ଚାତ୍ୟ ଦର୍ଶନରେ ଏହି ଦୁଇ ପ୍ରଣାଳୀ ପରସ୍ପର ଠାରୁ ପୃଥକ୍। ଏତଦ୍ୱବ୍ୟତୀତ ନିରପେକ୍ଷ — (Immediate inference)ଓ ସାପେକ୍ଷ ଯୁକ୍ତି(Mediate inference),ଏହି ପ୍ରକାର ପ୍ରଭେଦ ପାଶ୍ଚାତ୍ୟ ଜଗତରେ ସ୍ୱୀକୃତ ହୋଇଥାଏ 'ନ୍ୟାୟ' ଓ 'ଅନୁମାନ' ଉଭୟେ ସାପେକ୍ଷ ଯୁକ୍ତି; ଅର୍ଥତ ଉଭୟରେ ଲିଙ୍ଗ—ଲିଙ୍ଗୀ ସମ୍ପର୍କ ବିଦ୍ୟମାନ ହିନ୍ଦୁ ଦର୍ଶନରେ ନିରପେକ୍ଷ ଯୁକ୍ତିର ଅବତାରଣା ନାହିଁ କେତେକ ପାଶ୍ଚାତ୍ୟ ତର୍କବିଜ୍ଞାନୀ ମଧ୍ୟ ନିରପେକ୍ଷ ଯୁକ୍ତିକୁ ଯୁକ୍ତି ରୂପେ ଗ୍ରହଣ କରିବାକୁ କୁଣ୍ଠିତ ନ୍ୟାୟ ଗୋଟିଏ ଯୁକ୍ତି ଏବଂ ଗୌତମଙ୍କ ନ୍ୟାୟରେ ଆରୋହୀ ଓ ଅବରୋହୀ ଉଭୟ ପ୍ରଣାଳୀ ଏକତ୍ର ବ୍ୟବହୃତ ହୁଏ ସନ୍ଦର୍ଭ ଲେଖକ ଅଧ୍ୟାପକ ଶ୍ରୀ ବିପିନବିହାରୀ ରାୟ, ଏମ୍. ଏ.]
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — ମିଳନ; ସଂଯୋଗ — Union; connection; joining; conjunction
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — ଉପଯୋଗିତା; ଯୋଗ୍ୟତା — Fitness; propriety
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — ରୀତି; ପ୍ରଥା — Usage; custom
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — ଲୋକ— ବ୍ୟବହାର — Traditional law; unwritten law
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — ଅନୁମାନ — Inference; deduction
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — କାରଣ; ହେତୁ — Reason; cause ground
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — ମୀମାଂସା — Conclusion
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — ମନ୍ତ୍ରଣା; ପରାମର୍ଶ — Consultation.; advice; counsel
- ସଂ. ବି. (ଯୁଜ୍ ଧାତୁ=ମିଳିତ ହେବା; ଯୋଗଦ କରିବା; ବାନ୍ଧିବା +ଭାବ. ତି) — ସାକ୍ଷୀର ପ୍ରଦତ୍ତ ବିବରଣର ଉଲ୍ଲେଖ — Note or written memorandum of the evidence given by a witness