ଯାତ୍ରୀ ଗୁମାସ୍ତା J̄ātri gumāstā
- ଦେ. ବି.—(ସଂ. ଯାତ୍ରୀ+ଫା. ଗୁମାଶ୍ତାହ୍) — ତୀର୍ଥସ୍ଥାନକୁ ଯାତ୍ରା ଆଣିବା ପାଇଁ ପଣ୍ଡାଙ୍କ ପକ୍ଷରୁ ପ୍ରେରିତ ପ୍ରତିନିଧି — Itinerant agents of paṇḍās who visit the paṇḍās pilgrims at their homes and bring them to, them to the pilgrim-centre; pilgrim-recruiter; pilgrim-hunter
- ଦେ. ବି.—(ସଂ. ଯାତ୍ରୀ+ଫା. ଗୁମାଶ୍ତାହ୍) — [ଦ୍ର—ସାଧାରଣତଃ ପଣ୍ଡାଶ୍ରେଣୀୟ ଲୋକମାନେ ଏ କାର୍ଯ୍ୟ କରନ୍ତି ନାହିଁ; ବ୍ରାହ୍ମଣ, କରଣ ଓ ଶୂଦ୍ରଜାତୀୟ ଲୋକଙ୍କୁ ପଣ୍ଡାମାନେ ଏ କାର୍ଯ୍ୟରେ ନିଯୁକ୍ତ କରନ୍ତି। ଏମାନେ ପଣ୍ଡାଙ୍କଠାରୁ ଦରମା, ଯାତାୟତ ଖରଚା ଓ କମିସନି ପାଆନ୍ତି। ଗୁମାସ୍ତାମାନେ ଭାରତର ବିଭିନ୍ନ ଅଞ୍ଚଳମାନ ବୁଲି ନିଜନିଜର ପଣ୍ଡାଙ୍କ ଯାତ୍ରୀମାନଙ୍କ ସଙ୍ଗେ ସେମାନଙ୍କ ବାସସ୍ଥାନରେ ଦେଖା କରି ସେମାନଙ୍କୁ ମହାପ୍ରସାଦ ଉପଢୌକନ ଦେଇ ସେମାନଙ୍କୁ ତୀର୍ଥକୁ ଆଣନ୍ତି; ଓ ଯାତ୍ରୀ— ମାନେ ତୀର୍ଥକୁ ଆସି ଆପଣା ପଣ୍ଡାଠାରୁ ଧାର ନେବା ଧନ ପରେ ଯାତ୍ରୀଙ୍କଠାରୁ ତାଙ୍କ ଦେଶରୁ ଆଦାୟ କରି ଆଣନ୍ତି। ଏମାନେ ଅନ୍ୟ ପଣ୍ଡାର ଯାତ୍ରୀମାନଙ୍କୁ ମଧ୍ୟ ଫୁସଲାଇ କରି ଆପଣା ପଣ୍ଡାଙ୍କ ନିକଟକୁ ଆଣନ୍ତି। ଏହି ପଦ୍ଧତିକୁ ଧୂଳିଆ ବା ଭାଙ୍ଗୁଣିଆ ମାରିବା ବୋଲାଯାଏ। ଏକ ପଣ୍ଡାର ଗୁମାସ୍ତା ବାଟରେ ଅନ୍ୟ ପଣ୍ଡାର ଆସୁଥିବା ଯାତ୍ରୀଙ୍କ ସଙ୍ଗ ଧରି ତାଙ୍କୁ ଫୁସୁଲାଇ ଭଙ୍ଗାଇ ନେବାର ଭୟ ଦେଖାଇ ଉକ୍ତ ଯାତ୍ରୀଙ୍କ ପଣ୍ଡା ଠାରୁ କମିସନି ଆଦାୟ କରନ୍ତି। ଏପରି କରିବା ଲୋକଙ୍କୁ ଭଗାରି ବା ଭାଗାରି ବୋଲାଯାଏ।]