ଯାତ୍ରା J̄ātrā
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — ଭ୍ରମଣ; ଗମନ — Going; travelling; moving; journey
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — କୌଣସି ଉଦ୍ଦେଶ୍ୟରେ କୌଣସି ସ୍ଥାନରୁ ବାହାରିବା — Setting out; proceeding; beginning a journey for a particular purpose
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — [ଦ୍ର—ହିନ୍ଦୁ ଜ୍ୟୋତିଷାଶାସ୍ତ୍ର ଅନୁସାରେ ଶୁଭକର୍ମ ଓ ଯାତ୍ରା କରିବା ପାଇଁ ଶୁଭ ଓ ଅଶୁଭ ମୂହୂର୍ତ୍ତ ବା ଯୋଗମାନ ନିର୍ଦ୍ଦିଷ୍ଟ ଅଛି। ଯାତ୍ରା କରିବା ମୂହୂର୍ତ୍ତର ଶୁଭାଶୁଭତା ଉପରେ ଉଦ୍ଦେଶ୍ୟଲାଭର ଫଳ ମଧ୍ୟ ନିର୍ଭରକରେ। ବାରବେଳା, କାଳବେଳା, ଯାତ୍ରାବର୍ଜ୍ଜିତ ତିଥି, ତ୍ର୍ୟହସ୍ପର୍ଶ, ତିଥି, ବାରଶୂଳ, ଦିକ୍ଶୂଳ, ଅଶୁଦ୍ଧକାଳ, ଯାତ୍ରାଶୂଳ, ନିଷିଦ୍ଧ ନକ୍ଷତ୍ର, ଘାତଚନ୍ଦ୍ର, ଦକ୍ଷିଣ, ଓ ସମ୍ମୁଖ ଯୋଗିନୀଆଦି ଯୋଗ ଯାତ୍ରାପାଇଁ ଅଶୁଭ। କେତେକ ଯୋଗରେ ଯାତ୍ରା ଏକାବେଳକେ ନିର୍ଦ୍ଦିଷ୍ଟ। କେତେକ ଯୋଗରେ ନିର୍ଦ୍ଦିଷ୍ଟ ଦିଗକୁ ଯାତ୍ରା ନିଷିଦ୍ଧ। ଜ୍ୟୋତିଷମତରେ ଶୁଭଯୋଗ ନ ମିଳିଲେ ଶିବାଗୈରୀ ମତରେ ଯାତ୍ରା କରିବା ପାଇଁ ଓ ଉଷାଗୋଧୂଳି ଯାତ୍ରା କରିବା ପାଇଁ ନିୟମ ଅଛି।]
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — କୈଣସି କାର୍ଯ୍ୟର ନିର୍ବାହର ଉପାୟ ବା ଅବଲମ୍ବନ — Expedient; means of accomplishment of a certain work or aim
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — ନିର୍ବାହ — Performance
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — ଅଭିଯାନ; ଯୁଦ୍ଧାର୍ଥ ଗମନ — Expedition or march of an army; invasion
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — ତୀର୍ଥକୁ ଯିବା — Starting on a pilgrimage
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — ଯାତ; ଦେବତାଙ୍କ ଉତ୍ସବ — A festival of a Deity; a holy ceremony
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — [ଦ୍ର—ପୁରୀର ଶ୍ରୀ ଜଗନ୍ନାଥ ମହାପ୍ରଭୃଙ୍କର ବର୍ଷକ ମଧ୍ୟରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା, ଯଥା
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — ଅକ୍ଷୟତୃତୀୟା ବା ଚନ୍ଦନଯାତ୍ରା—ବୈଶାଖ ଶୁକ୍ଳ ତୃତୀୟା। 2 । ଦେବସ୍ନାନ ପୂର୍ଣ୍ଣିମା—ଜ୍ୟେଷ୍ଠ ପୂର୍ଣ୍ଣିମା। 3 ଶ୍ରୀ ଗୁଣ୍ଡିଚା ବା ରଥଯାତ୍ରା—ଆଷାଢ଼ ଶୁକ୍ଳ ଦ୍ୱିତୀୟା 4 ହରି ଶୟନ—ଆଷାଢ଼ ଶୁକ୍ଳ ଦ୍ୱାଦଶୀ। 5 କର୍କଟ (ଚିତାଲାଗି) ସଂକ୍ରାନ୍ତି—ଶ୍ରାବଣ ସଂକ୍ରାନ୍ତି। 6 ପାର୍ଶ୍ୱପରିବର୍ତ୍ତନ—ଭାଦ୍ର ଶୁକ୍ଳ ଏକାଦଶୀ। 7 ଦେବୋତ୍ଥାନ—କାର୍ତ୍ତିକ ଶୁକ୍ଳ ଏକାଦଶୀ। 8 ପ୍ରାବରଣ ଷଷ୍ଠୀ—ମାର୍ଗଶିର ଶୁକ୍ଳ ଷଷ୍ଠୀ। 9 ପୁଷ୍ୟାଭିଷେକ—ପୌଷ ପୂର୍ଣ୍ଣିମା। 10 ମକର ସଂକ୍ରାନ୍ତି— ମାଘ ସଂକ୍ରାନ୍ତି। 11 ଦୋଳଯାତ୍ରା—ଫାଲ୍ଗୁନ ପୂର୍ଣ୍ଣିମା। 12 ଦମନକ ଚତୁର୍ଦ୍ଦଶୀ (ଦଅଣାଚୋରୀ)—ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ। — ଅକ୍ଷୟତୃତୀୟା ବା ଚନ୍ଦନଯାତ୍ରା—ବୈଶାଖ ଶୁକ୍ଳ ତୃତୀୟା2 ଦେବସ୍ନାନ ପୂର୍ଣ୍ଣିମା—ଜ୍ୟେଷ୍ଠ ପୂର୍ଣ୍ଣିମା3ଶ୍ରୀ ଗୁଣ୍ଡିଚା ବା ରଥଯାତ୍ରା—ଆଷାଢ଼ ଶୁକ୍ଳ ଦ୍ୱିତୀୟା4ହରି ଶୟନ—ଆଷାଢ଼ ଶୁକ୍ଳ ଦ୍ୱାଦଶୀ5କର୍କଟ (ଚିତାଲାଗି) ସଂକ୍ରାନ୍ତି—ଶ୍ରାବଣ ସଂକ୍ରାନ୍ତି6ପାର୍ଶ୍ୱପରିବର୍ତ୍ତନ—ଭାଦ୍ର ଶୁକ୍ଳ ଏକାଦଶୀ7ଦେବୋତ୍ଥାନ—କାର୍ତ୍ତିକ ଶୁକ୍ଳ ଏକାଦଶୀ8ପ୍ରାବରଣ ଷଷ୍ଠୀ—ମାର୍ଗଶିର ଶୁକ୍ଳ ଷଷ୍ଠୀ9ପୁଷ୍ୟାଭିଷେକ—ପୌଷ ପୂର୍ଣ୍ଣିମା0ମକର ସଂକ୍ରାନ୍ତି— ମାଘ ସଂକ୍ରାନ୍ତିଦୋଳଯାତ୍ରା—ଫାଲ୍ଗୁନ ପୂର୍ଣ୍ଣିମା2ଦମନକ ଚତୁର୍ଦ୍ଦଶୀ (ଦଅଣାଚୋରୀ)—ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — ଧର୍ମସମ୍ବନ୍ଧୀୟ — A religious fair
- ସଂ. ବି (ଯା ଧାତୁ+ଭାବ. ତ୍ର+ଆ) — ବ୍ୟବହାର; ଆଚାର; ପ୍ରଥା — Practice; custom