ଯାଜ୍ଞବଳ୍କ J̄ājn̄abaḻka
- ସଂ. ବି. ପୁଂ— (ଯଜ୍ଞବଲ୍କ=ମୁନି+ଅପତ୍ୟାର୍ଥେ. ଯ; ଅ) ଶୁକ୍ଳ ଯଜୁର୍ବେଦ ବା ବାଜସନେୟୀ ସଂହିତାର ଆଚାର୍ଯ୍ୟ ଋଷି — Name of a vedic sage
- ସଂ. ବି. ପୁଂ— (ଯଜ୍ଞବଲ୍କ=ମୁନି+ଅପତ୍ୟାର୍ଥେ. ଯ; ଅ) [ଦ୍ର—ଏ ପ୍ରଥମେ ବୈଶମ୍ପାୟନଙ୍କ ଶିଷ୍ୟ ଥିଲେ। ଏକଦା କୌଣସି କାରଣରୁ ବୈଶମ୍ପାୟନ ଏହାଙ୍କଠାରେ ଅପ୍ରସନ୍ନ ହୋଇ ଏହାଙ୍କୁ କହିଲେ 'ତୁମ୍ଭେ ଆମ୍ଭଠାରୁ ଯାହା ଶିକ୍ଷା ଲାଭ କରିଛ ତାହା ଫେରାଇ ଦିଅ। ଏହା ଶୁଣି ଯାଜ୍ଞବଳ୍କ୍ୟ ଗୁରୁଙ୍କଠାରୁ ପଢ଼ିଥିବା ପାଠମାନ ବାନ୍ତି କରିପକାଇଲେ ଓ ବାନ୍ତି ବିଦ୍ୟାମାନଙ୍କୁ ବୈଶମ୍ପାୟନଙ୍କ ଅନ୍ୟ ଶିଷ୍ୟମାନେ ତିତ୍ତିରୀ ପକ୍ଷୀରରୂପ ଧାରଣ କରି ଖୁଣ୍ଟି ନେଲେ। ଏହି ଶିଷ୍ୟମାନଙ୍କ ପ୍ରଚାରିତ ଶାଖା ଓ ସଂହିତା 'ତୈତ୍ତିରୀୟ' ନାମରେ ଖ୍ୟାତ ହେଲା। ତତ୍ପରେ ଯାଜ୍ଞବଲ୍କ୍ୟ ସୂର୍ଯ୍ୟଙ୍କୁ ଉପାସନାଦ୍ୱାରା ସନ୍ତୁଷ୍ଟ କରିବାରୁ ସୂର୍ଯ୍ୟ ଅଶ୍ୱରୂପ ଧାରଣ କରି ଏହାଙ୍କୁ ଶୁକ୍ଳ ଯଜୁର୍ବେଦ କହିଥିଲେ ଓ ଏ ଶୁକ୍ଳଯଜୁର୍ବେଦକୁ ପୃଥିବୀରେ ଅବତାରଣା କଲେ। 'ଯଜୁଃ' ତଳେ ନୋଟ୍ ଦେଖ।]
- ସଂ. ବି. ପୁଂ— (ଯଜ୍ଞବଲ୍କ=ମୁନି+ଅପତ୍ୟାର୍ଥେ. ଯ; ଅ) ରାଜା ଜନକଙ୍କ ସଭାସ୍ଥ ଜଣେ ଋଷି — Name of a sage of the court of king Janaka
- ସଂ. ବି. ପୁଂ— (ଯଜ୍ଞବଲ୍କ=ମୁନି+ଅପତ୍ୟାର୍ଥେ. ଯ; ଅ) (ଦ୍ର—ମୈତ୍ରେୟୀ ଓ ଗାର୍ଗୀ ଏହାଙ୍କ ପତ୍ନୀ ଥିଲେ ହି. ଶ.)
- ସଂ. ବି. ପୁଂ— (ଯଜ୍ଞବଲ୍କ=ମୁନି+ଅପତ୍ୟାର୍ଥେ. ଯ; ଅ) ଧର୍ମସଂହିତାକାର ଋଷିବିଶେଷ — Name of a Hindu lawgiver
- ସଂ. ବି. ପୁଂ— (ଯଜ୍ଞବଲ୍କ=ମୁନି+ଅପତ୍ୟାର୍ଥେ. ଯ; ଅ) (ଦ୍ର—ଏହାଙ୍କ ରଚିତ ଦାୟ— ଭାଗ ଗୋଟିଏ ପ୍ରସିଦ୍ଧ ହିନ୍ଦୁସ୍ମୃତି ଅଟେ—ହି. ଶ.)