ଯଜୁର୍ବେଦ J̄ajurbeda

  • ସଂ. ବି — ଯଜୁଃ 1 (ଦେଖ) — ଯଜୁଃ1(ଦେଖ)J̄ajuḥ 1 (See)
  • ସଂ. ବି — [ଯଜୁର୍ବେଦ ଦୁଇ ଭାଗରେ ବିଭକ୍ତ। 1 ଶୁଳ୍କ ବା ବାଜସନେୟ। 2 । କୃଷ୍ଣ ବା ତୈତ୍ତିରୀୟ; ଏଥିରେ ଧର୍ମ୍ମସମ୍ବନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି। ଧନୁର୍ବେଦ ଯଜୁର୍ବେଦର ଉପବେଦ ଅଟେ। ଯଜୁର୍ବେଦର ମନ୍ତ୍ରମାନ ଗଦ୍ୟରେ ରଚିତ। ଏହି ବେଦରେ ଦର୍ଶ, ପୂର୍ଣ୍ଣମାସ, ଅଶ୍ୱମେଧ ଓ ନରମେଧ ଯଜ୍ଞ ବର୍ଣ୍ଣିତ ହୋଇଅଛି। ଯଜୁର୍ବେଦର ଦୁଇ ଶାଖା; ଏହାର ଅଧିପତି ଶୁକ୍ର; ବକ୍ତା କୃଷ୍ଣ ଦ୍ୱୈପାୟନ ଓ ଶ୍ରୋତା ବୈଶମ୍ପାୟନ। ଉତ୍କଳର ବ୍ରାହ୍ମଣମାନେ ଅଧିକାଂଶ ଯଜୁର୍ବେଦୀ। ଯଜୁର୍ବେଦର ଶୁକ୍ଳ ବା ବାଜସନେୟ ଯଜୁଃର ଅଂଶ ଯାଜ୍ଞବଲ୍କଙ୍କ ଦ୍ୱାରା କଥିତ; ଶୁକ୍ଳ ଯଜୁଃର ଅନ୍ୟ ନାମ ବାଜସନେୟ; (ବାଜସନି=ସୂର୍ଯ୍ୟ) ଅର୍ଥାତ୍ ସୂର୍ଯ୍ୟଙ୍କ ଠାରୁ ପ୍ରାପ୍ତ; ସୂର୍ଯ୍ୟ ଅଶ୍ୱରୂପ ଧାରଣ କରି ଯାଜ୍ଞବଳ୍କଙ୍କୁ ଏହା କହିଥିଲେ ଓ ଯାଜ୍ଞବଳ୍କ ଏହାକୁ ପୃଥିବୀରେ ଅବତାରଣା କଲେ)। କୃଷ୍ଣ ବା ତୈତ୍ତିରୀୟ ଅଂଶ ତିତ୍ତିରି ମୁନିଙ୍କ ଦ୍ୱାରା କଥିତ।] — [ଯଜୁର୍ବେଦ ଦୁଇ ଭାଗରେ ବିଭକ୍ତ1ଶୁଳ୍କ ବା ବାଜସନେୟ2 କୃଷ୍ଣ ବା ତୈତ୍ତିରୀୟ; ଏଥିରେ ଧର୍ମ୍ମସମ୍ବନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି ଧନୁର୍ବେଦ ଯଜୁର୍ବେଦର ଉପବେଦ ଅଟେ ଯଜୁର୍ବେଦର ମନ୍ତ୍ରମାନ ଗଦ୍ୟରେ ରଚିତ ଏହି ବେଦରେ ଦର୍ଶ, ପୂର୍ଣ୍ଣମାସ, ଅଶ୍ୱମେଧ ଓ ନରମେଧ ଯଜ୍ଞ ବର୍ଣ୍ଣିତ ହୋଇଅଛି ଯଜୁର୍ବେଦର ଦୁଇ ଶାଖା; ଏହାର ଅଧିପତି ଶୁକ୍ର; ବକ୍ତା କୃଷ୍ଣ ଦ୍ୱୈପାୟନ ଓ ଶ୍ରୋତା ବୈଶମ୍ପାୟନ ଉତ୍କଳର ବ୍ରାହ୍ମଣମାନେ ଅଧିକାଂଶ ଯଜୁର୍ବେଦୀ ଯଜୁର୍ବେଦର ଶୁକ୍ଳ ବା ବାଜସନେୟ ଯଜୁଃର ଅଂଶ ଯାଜ୍ଞବଲ୍କଙ୍କ ଦ୍ୱାରା କଥିତ; ଶୁକ୍ଳ ଯଜୁଃର ଅନ୍ୟ ନାମ ବାଜସନେୟ; (ବାଜସନି=ସୂର୍ଯ୍ୟ) ଅର୍ଥାତ୍ ସୂର୍ଯ୍ୟଙ୍କ ଠାରୁ ପ୍ରାପ୍ତ; ସୂର୍ଯ୍ୟ ଅଶ୍ୱରୂପ ଧାରଣ କରି ଯାଜ୍ଞବଳ୍କଙ୍କୁ ଏହା କହିଥିଲେ ଓ ଯାଜ୍ଞବଳ୍କ ଏହାକୁ ପୃଥିବୀରେ ଅବତାରଣା କଲେ) କୃଷ୍ଣ ବା ତୈତ୍ତିରୀୟ ଅଂଶ ତିତ୍ତିରି ମୁନିଙ୍କ ଦ୍ୱାରା କଥିତ]