ମଡ଼ା ଚଣ୍ଡିଆ Maṟḍ̠ā chaṇḍiā
- ଦେ. ବି. ପୁଂ (ଗାଳି) (ସଂ. ଶ୍ମଶାନଚଣ୍ଡୀ) — ଶ୍ମଶାନବାସୀ ବ୍ଯକ୍ତି — (a term of abuse) A person living in the cremation ground
- ଦେ. ବି. ପୁଂ (ଗାଳି) (ସଂ. ଶ୍ମଶାନଚଣ୍ଡୀ) — ଶ୍ମଶାନବାସୀ ତନ୍ତ୍ର ସାଧକ ପୁରୁଷ ଓ ସ୍ତ୍ରୀ (ଭୈରବ ଓ ଭୈରବୀ); ଯେଉଁମାନେ ଶ୍ମଶାନରେ ରହନ୍ତି ଓ ଶବ ମାଂସ ଭକ୍ଷଣ କରନ୍ତି; ଅଘୋର ଦୀକ୍ଷା ନେଇଥିବା ଶ୍ମଶାନବାସୀ ପୁରୁଷ ଓ ସ୍ତ୍ରୀ — Persons (male or female) who perform esoteric (Tantric) rites and live in the cremation ground and eat the flesh of the dead bodies taken to the cremation ground
- ଦେ. ବି. ପୁଂ (ଗାଳି) (ସଂ. ଶ୍ମଶାନଚଣ୍ଡୀ) — [ଦ୍ର—ଏମାନେ ଚଣ୍ଡୀଙ୍କର ଉପାସକ ଅଟନ୍ତି।]
- ଦେ. ବି. ପୁଂ (ଗାଳି) (ସଂ. ଶ୍ମଶାନଚଣ୍ଡୀ) — (ସଂ. ମୃତପ) ଯେଉଁ ଲୋକ ଶ୍ମଶାନରେ ଶବର ବସ୍ତ୍ରାଦି ଗ୍ରହଣ କରି ତାହା ବିକି ଜୀବିକା ନିର୍ବାହ କରେ — A person who lives on the selling of the clothes of dead men left in the cremation ground