ମୋଟ କରିବା Moṭa karibā
- ଦେ. କ୍ରି — ବହୁ ରାଶି ଯୋଗ କରିବା — 1. To add up; to tatal; to sum up many numbers
- ଦେ. କ୍ରି — ସରୁଆ ପଦାର୍ଥକୁ ସ୍ଥୂଳ କରିବା — To thicken
- ଦେ. କ୍ରି — ବଢ଼ାଇବା; ଫୁଲାଇବା; ଆକାର ବୃଦ୍ଧି କରାଇବା — To cause to swell on; to become large
- ଦେ. କ୍ରି — (କଥାକୁ) ଉପର୍ଯ୍ଯୁପରି ଆଲୋଚନାଦ୍ୱାରା ଗୁରୁତର ବା ଗୋଳମାଳିଆ କରିବା — To make matters confused or confounded or assume unduly grave proportions
- ଦେ. କ୍ରି — (ଯଥା— ଗୋଟିଏ କଥାକୁ ବହୁବାର ଆଲୋଚନାଦ୍ୱାରା କଥାକୁ 'ମୋଟ' କରାଯାଏ।)
- ଦେ. କ୍ରି — ଛୋଟ ବା ତୁଚ୍ଛ କଥାକୁ ଅଯଥା ଦୀର୍ଘ ବା ଗୋଳମାଳିଆର କରିବା, ବଢ଼ାଇବା — To make a matter swell into inordinate or very grave proportions by constantly hammering on it
- ଦେ. କ୍ରି — [ଦ୍ର— ଉଦାହରଣସ୍ୱରୁପ—ଜଣକର ସାମାନ୍ୟ ତ୍ରୁଟି ହୋଇଅଛି ଯାହାକି ଧର୍ତ୍ତବ୍ୟ ନୁହେଁ କିନ୍ତୁ ସେ ବିଷୟକୁ ଘନ ଘନ ଚର୍ଚ୍ଚା ବା ଆଲୋଚନା କଲେ ସେ କଥାଟା ମୋଟା ହୋଇଯାଏ ଅର୍ଥାତ୍ ସେ ତ୍ରୁଟିଟା ଅଯଥା ଗୁରୁତର ଆକାର ଧାରଣ କରେ।
- ଦେ. କ୍ରି — ଗୋଟିଏ ଅପରାଧକୁ ପ୍ରଥମରୁ ଘୋଡ଼ାଇ ପକାଇଲେ ତତ୍ପ୍ରତି ସାଧାରଣଙ୍କ ଦୃଷ୍ଟି ପଡ଼େ ନାହିଁ, କିନ୍ତୁ ସେ କଥାକୁ ଘନଘନ ଚର୍ଚ୍ଚା କରିବାଦ୍ୱାରା ସେ ବିଷୟ ପଛକୁ ଏପରି ମୋଟ ହୋଇଯାଏ ଏ ତାହା ଆଉ ଘୋଡ଼ାଇ ରଖି ହୁଏ ନାହିଁ। ଆଜିକାଲିର ଖବର କାଗଜମାନଙ୍କରେ ସାମାନ୍ୟ କଥାମାନ ମୋଟା ହେବାର ଉଦାହରଣ ପ୍ରାୟ ସବୁବେଳେ ଦେଖାଯାଇଥାଏ।]