ମୋକ୍ଷ Moksha
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — ମୁକ୍ତି; ପରିତ୍ରାଣ; ଉଦ୍ଧାର — Deliverance; liberation
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — ସ୍ୱାଧୀନତା ପ୍ରାପ୍ତି — Emancipation; freedom
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — ନିର୍ବାଣ; ନିତ୍ୟସୁଖପ୍ରାପ୍ତି; ଅପବର୍ଗ; ଜୀବର ଏ ପୃଥିବୀରେ ବାରମ୍ବାର ଜନ୍ମ ଓ ମରଣପୂର୍ବକ ବନ୍ଧନରୁ ମୁକ୍ତି — Final beatitude; salvation
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — [ଦ୍ର— ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏହି ଚାରୋଟି ପୁରୁଷାର୍ଥ ବା ମନୁଷ୍ୟ ଜୀବନର ଚତୁର୍ବଗ—ଧର୍ମଶାସ୍ତ୍ରାନୁଯାୟୀ ଆଚାର; ଅର୍ଥ=ଧନ, ସମ୍ପତ୍ତି; କାମ=ଅଭୀଷ୍ଟସିଦ୍ଧି; ମୋକ୍ଷ=ମୁକ୍ତି ବା ନିର୍ବାଣ, ଏହି ଚତୁର୍ବର୍ଗ ମନୁଷ୍ୟ ଜୀବନର ଲକ୍ଷ୍ୟ ଓ ତହିଁ ମଧ୍ୟରେ ମୋକ୍ଷ ପ୍ରଧାନ ଅଟେ ବୋଲି ହିନ୍ଦୁ ଶାସ୍ତ୍ରରେ ଉପଦେଶ। ଜୀବର ପୃଥିବୀରେ ବାରଂବାର ଜନ୍ମିବା ଓ ମରିବାରୂପ ବନ୍ଧନରୁ ମୁକ୍ତିଲାଭକୁ ମୋକ୍ଷ ବୋଲାଯାଏ। ମୋକ୍ଷ ଲାଭ କରିବା ବ୍ଯକ୍ତି ପୃଥିବୀରେ ଆଉ ଜନ୍ମଗ୍ରହଣ କରେ ନାହିଁ। ମୋକ୍ଷଲାଭର ଉପାୟ ଆତ୍ମତତ୍ତ୍ୱର ବା ବ୍ରହ୍ମ ତତ୍ତ୍ୱର ସାକ୍ଷାତ୍କାର ବୋଲି ନିର୍ଦ୍ଦିଷ୍ଟ ହୋଇଅଛି। ନ୍ଯାୟ ଦର୍ଶନ ମତରେ ଦୁଃଖର ଆତ୍ୟନ୍ତିକ ନାଶହିଁ ମୁକ୍ତି ବା ମୋକ୍ଷ। ସାଂଖ୍ୟମତରେ ଅଧ୍ୟାତ୍ମିକ, ଆଧିଦୈବିକ ଓ ଆଧି ଭୌତିକ ତ୍ରିବିଧ ତାପର ସମୂଳନାଶହିଁ ମୋକ୍ଷ। ବେଦାନ୍ତ ଦର୍ଶନ ମତରେ ପୂର୍ଣ୍ଣଆତ୍ମଜ୍ଞାନଦ୍ୱାରା ମାୟାସଂବନ୍ଧରୁ ରହିତ ହୋଇ ଶୁଦ୍ଧ ବ୍ରାହ୍ମସ୍ୱରୁପଙ୍କ ବୋଧ ପ୍ରାପ୍ତ କରିବାହିଁ ମୋକ୍ଷ। ଫଳତଃ ସବୁପ୍ରକାରର ସୁଖଦୁଃଖ, ମୋହମାୟା, ଅଜ୍ଞାନ ଆଦିରୁ ମୁକ୍ତିହିଁ ମୋକ୍ଷ ଅଟେ। ମୋକ୍ଷପ୍ରାପ୍ତ ଜୀବ ଚିରକାଳ ପାଇଁ ସବୁପ୍ରକାର କଷ୍ଟରୁ ଓ ବନ୍ଧନରୁ ମୁକ୍ତିଲାଭ କରେ।]
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — ନିୟତି; ମରଣ — Death
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — ଦାୟିତ୍ୱରୁ ନିଷ୍କୃତି — Acquittance from an obligation
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — ସୂର୍ଯ୍ୟର ବା ଚନ୍ଦ୍ରର ଗ୍ରହଣକାଳୀନ ଗ୍ରାସରୁ ମୁକ୍ତି — 4. Liberation of the sun or the moon from the eclipse
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — ସଂସାର ବନ୍ଧନରୁ ଓ ମାୟାରୁ ମୁକ୍ତି — Emancipation from the bonds and delusions of the world
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — ମୋଚନ; ହୁଗାଳିବା — Loosening
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — [ତାର ମୋର ନୀବି ମୋକ୍ଷ 8 ମୋକ୍ଷ 7 —ଭଞ୍ଜ. ପ୍ରେମସୁଧାନିଧି।] — [ତାର ମୋର ନୀବି ମୋକ୍ଷ8ମୋକ୍ଷ7—ଭଞ୍ଜ. ପ୍ରେମସୁଧାନିଧି]
- ସଂ. ବି (ମୋକ୍ଷ୍ ଧାତୁ+ଭାବ. ଅ) — ଘଣ୍ଟା ପାଟଳୀ ଗଛ; ମୁଷ୍କକ ବୃକ୍ଷ — A kind of tree Schrebra Swientenioides, Chelonioides
- ଗ୍ରା. ବିଣ (ସଂ. ମୁଖ୍ୟ) — ମୁଖ୍ୟ; ପ୍ରଧାନ — Chief