ମେହେନ୍ଦି Mehendi
- ଦେ. ବି—(ସଂ. ମେନ୍ଦିକା, ମେନ୍ଧୀ) — ମଞ୍ଜୁଆତି; ହେନା — Alcanet; Henna; Lawsonia Alba
- ଦେ. ବି—(ସଂ. ମେନ୍ଦିକା, ମେନ୍ଧୀ) — (ସଂ. ନାମ—ମେନ୍ଧୀ, ମେନ୍ଦୀକା, ନୀଖଭଞ୍ଜ, କୋକଦନ୍ତା।)
- ଦେ. ବି—(ସଂ. ମେନ୍ଦିକା, ମେନ୍ଧୀ) — [ଦ୍ର—ଧାତକ୍ୟାଦି ବର୍ଗର କ୍ଷୁପ; ଶାଖା କଣ୍ଟକମୟ ବୋଲି ଲୋକ ଏହି ଗଛକୁ ଲଗାଇ ବାଡ଼ ବୁଜନ୍ତି। ଏହାର ଫୁଲ ଚତୁର୍ଦ୍ଦଳ। ଏହା ଗଛ ବେଲୁଚିସ୍ଥାନ ଜଙ୍ଗଲରେ ଓ ଭାରତରେ ପାଳିତ ହୋଇ ଲଗାଯାଏ। ଏଥିର ମଞ୍ଜରୀରେ ଧଳା ଫୁଲ ଧରେ। ଫୁଲର ଗନ୍ଧ ମଧୁର। ଫଳ ଗୋଲମରିଚ ପରି କେଣ୍ଡା ଫଳେ। ଏହାର ପତ୍ରକୁ ବାଟି କରତଳରେ ଓ ନଖରେ ଲଗାଇ କିଛି ସମୟ ପରେ ପୋଛି ଦେଲେ ସେ ସ୍ଥାନ ନାଲି ହୁଏ। ଏହି ଗଛର ପତ୍ରକୁ ବାଟି ମୁସଲମାନ୍ ସ୍ତ୍ରୀ ପୁରୁଷମାନେ ହାତ, ନଖ, ପାଦ ଓ ଦାଢ଼କୁ ଖଦିରବର୍ଣ୍ଣରେ ରଙ୍ଗନ୍ତି।]