ମେର୍ଦ୍ଦା Merddā

  • ବୈଦେ. ବି. (ଫା ତୁଳ. ସଂ. ମୃଦ୍ରାଶି) — ମାଟି ଆଦିର ଉଚ୍ଚ ସ୍ତୂପ (ଏହା ଉପରେ ଠିଆ ହୋଇ ଦୂରସ୍ଥ ବସ୍ତୁ ଦେଖାଯାଏ) — A high platform or mound of earth (erected for observation)
  • ବୈଦେ. ବି. (ଫା ତୁଳ. ସଂ. ମୃଦ୍ରାଶି) — ନଈବଢ଼ି ମାଡ଼ିବା ଅଞ୍ଚଳରେ ଲୋକଙ୍କର ଝାଡ଼ା ଫେରି ବସିବାପାଇଁ ନିର୍ମିତ କାଠ ବାଉଁଶର ଭାଡ଼ି — A machan made of wood or bamboo in flooded areas for easing therefrom during high floods
  • ବୈଦେ. ବି. (ଫା ତୁଳ. ସଂ. ମୃଦ୍ରାଶି) — ପ୍ରବଳ ନଈବଢ଼ିରେ ଗ୍ରାମ ଡିହମାନଙ୍କରେ ବଢ଼ିପାଣି ପଶିଗଲେ ଗ୍ରାମବାସୀଙ୍କ ଆଶ୍ରୟ ନେବା ପାଇଁ କରାଯାଇଥିବା ମାଟିର ଉଚ୍ଚ ସ୍ତୂପ — A high mound of earth raised in flood stricken villages
  • ବୈଦେ. ବି. (ଫା ତୁଳ. ସଂ. ମୃଦ୍ରାଶି) — [ଦ୍ର—ନଈବଢ଼ି ଦ୍ୱାରା ଗ୍ରାମରେ ପାଣି ମାଡ଼ି ଯାଉଥିବା ଅଞ୍ଚଳରେ ସ୍ଥାନେ ସ୍ଥାନେ ଗଭର୍ଣ୍ଣମେଣ୍ଟ ମେର୍ଦ୍ଦା ବାନ୍ଧି ଦେଇଅଛନ୍ତି। ବିଶେଷ ବଢ଼ି ହୋଇ ଘର ଦ୍ୱାର ବୁଡ଼ି ଗଲେ ଲୋକେ ଆସି ଏ ମେର୍ଦ୍ଦା ଉପରେ ଆଶ୍ରୟ ନିଅନ୍ତି।]
  • ପ୍ରାଦେ. (ଗଞ୍ଜାମ) ବି — ଆଟୁ — Earthen roof