ମୃତ୍ୟୁଞ୍ଜୟ ବିଡ୍ୟାଳଙ୍କାର Mṛutyun̄jaya bidyāḻaṅkāra
- ଦେ. ବି (ନାମ) — ଯାଜପୁରବାସୀ ଜନୈକ ଓଡ଼ିଆ ବ୍ରାହ୍ମଣ ପଣ୍ଡିତ — A late Oriyā Brāhmaṇa Pandit of Jajpur author of an Oriya Dictionary and Grammar when the Fort William College was first established in 1801 A. D
- ଦେ. ବି (ନାମ) — [ଦ୍ର—ଏ ଯାଜପୁର— ବାସୀ ଓଡ଼ିଆ ବ୍ରାହ୍ମଣ। ଏ ରାଜାବଳୀ ଓ ପ୍ରବୋଧଚନ୍ଦ୍ରିକା ନାମକ ଦୁଇଖଣ୍ଡି ବଙ୍ଗଳା ପୁସ୍ତକ ରଚନା କରି ଯଥାକ୍ରମେ 1808 ଓ 1813 ଖ୍ରୀଷ୍ଟାବ୍ଦରେ ପ୍ରକାଶ କରିଥିଲେ। ସେ କଲିକତାର ଫୋଟ୍ ଉଇଲିୟାମ୍ କଲେଜରେ ନବାଗତ ଇଂରେଜ କର୍ମଚାରୀମାନଙ୍କୁ ବଙ୍ଗଳା ଭାଷା ଶିକ୍ଷା ଦେଉଥିଲେ। ବିଦ୍ୟାପତି—ରଚିତ ପୁରୁଷ ପରୀକ୍ଷାର ଓ ବତ୍ରିଶ ସିଂହାସନର ଅନୁବାଦ ମଧ୍ୟ ତାହାଙ୍କଦ୍ୱାରା ପ୍ରକାଶିତ ହୋଇଥିଲା। ଏହି ସକଳ ଗ୍ରନ୍ଥ ଉକ୍ତ କଲେଜରେ ପାଠ୍ୟପୁସ୍ତକସ୍ୱରୂପ ନିର୍ବାଚିତ ହୋଇଥିଲା। ଏତଦ୍ବ୍ୟତୀତ ସେ ଓ ଅନ୍ଯ ଜଣେ ସାହେବ ମିଳି ଓଡ଼ିଆ ଅଭିଧାନ ସଂକଳନ କରିଥିଲେ। ତାହାହିଁ ଓଡ଼ିଆ ଭାଷାର ସର୍ବପ୍ରଥମ ଅଭିଧାନ। 1801 ଖ୍ରୀଷ୍ଟାବ୍ଦରେ କଲିକତାରେ ଫୋର୍ଟ ଉଇଲିୟାମ୍ କଲେଜ ସ୍ଥାପିତ ହେବା ସମୟରେ ତହିଁରେ ପଠିତ ହେବା ପାଇ ଏ ବ୍ୟାକରଣ, ଅଭିଧାନ ଆଦି କେତେକ ପାଠ୍ୟପୁସ୍ତକ ବଙ୍ଗଳା ଭାଷାରେ ରଚନା କରିଥିଲେ।] — [ଦ୍ର—ଏ ଯାଜପୁର— ବାସୀ ଓଡ଼ିଆ ବ୍ରାହ୍ମଣ ଏ ରାଜାବଳୀ ଓ ପ୍ରବୋଧଚନ୍ଦ୍ରିକା ନାମକ ଦୁଇଖଣ୍ଡି ବଙ୍ଗଳା ପୁସ୍ତକ ରଚନା କରି ଯଥାକ୍ରମେ1808ଓ1813ଖ୍ରୀଷ୍ଟାବ୍ଦରେ ପ୍ରକାଶ କରିଥିଲେ ସେ କଲିକତାର ଫୋଟ୍ ଉଇଲିୟାମ୍ କଲେଜରେ ନବାଗତ ଇଂରେଜ କର୍ମଚାରୀମାନଙ୍କୁ ବଙ୍ଗଳା ଭାଷା ଶିକ୍ଷା ଦେଉଥିଲେ ବିଦ୍ୟାପତି—ରଚିତ ପୁରୁଷ ପରୀକ୍ଷାର ଓ ବତ୍ରିଶ ସିଂହାସନର ଅନୁବାଦ ମଧ୍ୟ ତାହାଙ୍କଦ୍ୱାରା ପ୍ରକାଶିତ ହୋଇଥିଲା ଏହି ସକଳ ଗ୍ରନ୍ଥ ଉକ୍ତ କଲେଜରେ ପାଠ୍ୟପୁସ୍ତକସ୍ୱରୂପ ନିର୍ବାଚିତ ହୋଇଥିଲା ଏତଦ୍ବ୍ୟତୀତ ସେ ଓ ଅନ୍ଯ ଜଣେ ସାହେବ ମିଳି ଓଡ଼ିଆ ଅଭିଧାନ ସଂକଳନ କରିଥିଲେ ତାହାହିଁ ଓଡ଼ିଆ ଭାଷାର ସର୍ବପ୍ରଥମ ଅଭିଧାନ1801ଖ୍ରୀଷ୍ଟାବ୍ଦରେ କଲିକତାରେ ଫୋର୍ଟ ଉଇଲିୟାମ୍ କଲେଜ ସ୍ଥାପିତ ହେବା ସମୟରେ ତହିଁରେ ପଠିତ ହେବା ପାଇ ଏ ବ୍ୟାକରଣ, ଅଭିଧାନ ଆଦି କେତେକ ପାଠ୍ୟପୁସ୍ତକ ବଙ୍ଗଳା ଭାଷାରେ ରଚନା କରିଥିଲେ]