ମୃତ ସ୍ନାତ Mṛuta snāta
- ସଂ. ବିଣ. ପୁଂ. (ମ. ପ. ଲୋ) — ମୃତ ବ୍ଯକ୍ତି ଉଦ୍ଦେଶ୍ୟରେ ସ୍ନାନ କରିବା; କୁଟୁମ୍ବାଦିର ମୃତ୍ୟୁ ଉପଲକ୍ଷରେ ସ୍ନାତ; ଅପସ୍ମାତ — Having had a bath on the death of a relative or kinsman
- ସଂ. ବିଣ. ପୁଂ. (ମ. ପ. ଲୋ) — ମୃତ ବ୍ଯକ୍ତିର ଶୁଦ୍ଧି କ୍ରିୟା (ଦଶାହ) ଉପଲକ୍ଷରେ ସ୍ନାତ; ମୃତକାଶୌଚ ପରେ ସ୍ନାତ — Bathed on the occasion of the purification ceremony (on the 10th day); having had funeral ablution
- ସଂ. ବିଣ. ପୁଂ. (ମ. ପ. ଲୋ) — ସ୍ନାନ କରିବାର ଅଳ୍ପକ୍ଷଣ ପରେ ମୃତ; ସ୍ନାତ ହେବା ପରେ ମୃତ ହୋଇଥିବା (ବ୍ଯକ୍ତି) — Dead immediately after a bath
- ବି — ସଂସ୍କାରାର୍ଥ ସ୍ନାପିତ ମୃତ ଦେହ — Dead body bathed before cremation