ମୃଗ ତୃଷ୍ଣା Mṛuga tṛushṇā
- ସଂ. ବି (ବହୁବ୍ରୀହି; ମୃଗ+ତୃଷ୍ଣା; ଯାହା ମୃଗର ତୃଷ୍ଣା ଜନ୍ମାଏ) — ମରୀଚିକା; ଖରାନାଚ; ସୂର୍ଯ୍ୟକିରଣରେ ଜଳଭ୍ରମ — Mirage
- ସଂ. ବି (ବହୁବ୍ରୀହି; ମୃଗ+ତୃଷ୍ଣା; ଯାହା ମୃଗର ତୃଷ୍ଣା ଜନ୍ମାଏ) — [ଦ୍ର— ଗ୍ରୀଷ୍ମକାଳରେ ଜଳଶୂନ୍ଯ ବାଲୁକାମୟ ମରୁଭୂମିରେ ପ୍ରଖର ସୂର୍ଯ୍ୟରଶ୍ମି ପତିତ ଓ ପ୍ରତିଫଳିତ ହୋଇ ତାହା ଦୂରରୁ ସ୍ୱଚ୍ଛ ଜଳାଶୟ ପରି ପ୍ରତୀୟମାନ ହୁଏ। ତୃଷାର୍ତ୍ତ ମୃଗମାନେ ଓ ପିପାସାରେ ଶୁଷ୍କକଣ୍ଠ ପଥିକମାନେ ଜଳପାନ ଆଶାରେ ତଦଭିମୁଖରେ ଯେତିକି ଯେତିକି ଧାବମାନ ହେଉଥାନ୍ତି, ତାହା ତେତିକି ତେତିକ ଦୂରକୁ ଘୁଞ୍ଚିଯିବା ପରି ଦେଖା ଯାଉଥାଏ। ଫଳତଃ ଅବଶେଷରେ ଉକ୍ତ ହତଭାଗ୍ୟ ଜୀବ— ଗଣ କ୍ଳାନ୍ତ ଓ ପିପାସାର୍ତ୍ତ ହୋଇ ମରିଯାଆନ୍ତି। ଏଥିପାଇଁ ପ୍ରଲୋଭନ ବା ବୃଥା ଆଶାକୁ ଲୋକେ ମରୀଚିକା ସଙ୍ଗେ ତୁଳନା କରନ୍ତି।]
- ସଂ. ବି (ବହୁବ୍ରୀହି; ମୃଗ+ତୃଷ୍ଣା; ଯାହା ମୃଗର ତୃଷ୍ଣା ଜନ୍ମାଏ) — (ଲକ୍ଷଣାର୍ଥ) ବୃଥା ଆଶା ଦେଖାଇବାର ଛଳନା — (figurative) False hopes; raising of hopes which end in tantalisation