ମୂର୍ବ୍ୱା Mūrbbā
- ସଂ. ବି (ମୂର୍ବ ଧାତୁ=ବନ୍ଧନ କରିବା+କରଣ ଅ+ସ୍ତ୍ରୀ. ଆ, ଈ; ଯାହାଦ୍ୱାରା ବନ୍ଧନ କରାଯାଏ ଅର୍ଥାତ୍ ଦଉଡ଼ି ତିଆରି ହୁଏ) — ମୁରୁଗା ଗଛ — Sanseveira Roxburghiana; the bow-string hemp; Sanseveira Zeylanica
- ସଂ. ବି (ମୂର୍ବ ଧାତୁ=ବନ୍ଧନ କରିବା+କରଣ ଅ+ସ୍ତ୍ରୀ. ଆ, ଈ; ଯାହାଦ୍ୱାରା ବନ୍ଧନ କରାଯାଏ ଅର୍ଥାତ୍ ଦଉଡ଼ି ତିଆରି ହୁଏ) — [ଦ୍ର— ଏହା ବନ୍ୟଗୁଳ୍ମବିଶେଷ; ଛାୟାବୃତ ସ୍ଥାନରେ ଜନ୍ମେ । ଏହାର ପତ୍ର ସରୁ ଓ ଖଣ୍ଡା ପରି, ଫୁଲ ଲମ୍ବ ଓ ନାଡ଼ରେ ଫୁଟେ । ପତ୍ରର ଉପର ନାଳୁଆ । ଏହାର ପତ୍ରକୁ ସଢ଼ାଇଲେ ତହିଁମଧ୍ୟରୁ ଝୋଟ ପରି ଟାଣୁଆ ତନ୍ତୁ ବାହାରେ । ଏହି ତନ୍ତୁଦ୍ୱାରା ବ୍ରାହ୍ମଣ ଓ କ୍ଷତ୍ରିୟ ମାନଙ୍କର ମେଖଳା ବା କଟିସୂତ୍ର ବଳା ଯାଉଥିଲା । ଏବେ ମଧ୍ୟ ଏଥିରେ ଧନୁର ଗୁଣ ତିଆରି ହୁଏ । ଏହାର ମୂଳ ଔଷଧରେ ବ୍ଯବହୃତ ହୁଏ । ବୈଦ୍ଯକ ମତରେ ଏହା ସାରକ, ଗୁରୁ ଓ ମଧୁର ତିକ୍ତ । ଏହା ପିତ୍ତ, ରକ୍ତ, ପ୍ରମେହ, ତ୍ରିଦୋଷ, ତୃଷ୍ଣା, ହୃଦ୍ରୋଗ, କଣ୍ଡୁ, କୁଷ୍ଠ ଓ ଜ୍ୱରନାଶକ ।]