ମୂଢ ଗର୍ଭ Mūṟḍ̠a garbha
- ସଂ. ବି. (ବୈଦ୍ଯକ) — ପ୍ରସବକାଳରେ ଅତି କଷ୍ଟରେ ସନ୍ତାନର ପ୍ରସବ ହେବା — A bad presentation of the child at birth, causing very difficult and painful delivery
- ସଂ. ବି. (ବୈଦ୍ଯକ) — [ଦ୍ର—ସୁଶ୍ରୁତ ମତରେ ଯାନାରୋହଣ, ଆଘାତ ପ୍ରାପ୍ତି, ଉତ୍ତାନଶୟନ, ମଳ ମୂତ୍ରର ବେଗ ଧାରଣ, ବମନ, ବିରେଚନ, ରୁକ୍ଷ ଓ କଟୁ ଦ୍ରବ୍ୟ ଭୋଜନାଦି ଯୋଗୁଁ ଗର୍ଭିଣୀର ଗର୍ଭସ୍ଥ, ଭ୍ରୂଣର ସ୍ଥିତି ବିଗିଡି ଯାଏ ଓ ପେଟ, ବସ୍ତି, ପାର୍ଶ୍ୱାଦିରେ ପୀଡା ହୁଏ। ମୂଢ ଗର୍ଭ 4 ପ୍ରକାର— 1 । କୀଳ (ଏଥିରେ ଭ୍ରୁଣ ଗୋଟିଏ କୀଳକ ପରି ଯୋନିମୁଖ ବନ୍ଦ କରି ଦିଏ।) 2 । ପ୍ରତି ଖୁର (ଏଥିରେ ଭ୍ରୁଣର ବା ଶିଶୁର ଗୋଟିଏ ଗୋଡ ଓ ଗୋଟିଏ ହାତ ଓ ମୁଣ୍ଡ ବାହାରି ଆସେ ଓ ଅନ୍ଯ ଅଂଶ ବାହାରେ ନାହିଁ।) 3 । ବୀଜକ (ଗୋଟିଏ ହାତ ଓ ମୁଣ୍ଡ ବାହାରି ଆସେ ଓ ଅନ୍ଯ ଅଂଶ ବାହାରେ ନାହିଁ।) 4 । ପରିଘ (ଭ୍ରୁଣ ଗୋଟିଏ ଦଣ୍ଡ ପରି ପ୍ରସବ ଦ୍ୱାରରେ ଆଡ ବାଗରେ ଅଟକି ରହେ।) ମୂଢଗର୍ଭ ପାଇଁ ଶଲ୍ୟ ଚିକିତ୍ସା କରାଯାଏ— ହି. ଶ] — [ଦ୍ର—ସୁଶ୍ରୁତ ମତରେ ଯାନାରୋହଣ, ଆଘାତ ପ୍ରାପ୍ତି, ଉତ୍ତାନଶୟନ, ମଳ ମୂତ୍ରର ବେଗ ଧାରଣ, ବମନ, ବିରେଚନ, ରୁକ୍ଷ ଓ କଟୁ ଦ୍ରବ୍ୟ ଭୋଜନାଦି ଯୋଗୁଁ ଗର୍ଭିଣୀର ଗର୍ଭସ୍ଥ, ଭ୍ରୂଣର ସ୍ଥିତି ବିଗିଡି ଯାଏ ଓ ପେଟ, ବସ୍ତି, ପାର୍ଶ୍ୱାଦିରେ ପୀଡା ହୁଏ ମୂଢ ଗର୍ଭ4ପ୍ରକାର—1 କୀଳ (ଏଥିରେ ଭ୍ରୁଣ ଗୋଟିଏ କୀଳକ ପରି ଯୋନିମୁଖ ବନ୍ଦ କରି ଦିଏ)2 ପ୍ରତି ଖୁର (ଏଥିରେ ଭ୍ରୁଣର ବା ଶିଶୁର ଗୋଟିଏ ଗୋଡ ଓ ଗୋଟିଏ ହାତ ଓ ମୁଣ୍ଡ ବାହାରି ଆସେ ଓ ଅନ୍ଯ ଅଂଶ ବାହାରେ ନାହିଁ)3 ବୀଜକ (ଗୋଟିଏ ହାତ ଓ ମୁଣ୍ଡ ବାହାରି ଆସେ ଓ ଅନ୍ଯ ଅଂଶ ବାହାରେ ନାହିଁ)4 ପରିଘ (ଭ୍ରୁଣ ଗୋଟିଏ ଦଣ୍ଡ ପରି ପ୍ରସବ ଦ୍ୱାରରେ ଆଡ ବାଗରେ ଅଟକି ରହେ) ମୂଢଗର୍ଭ ପାଇଁ ଶଲ୍ୟ ଚିକିତ୍ସା କରାଯାଏ— ହି. ଶ]
- ସଂ. ବି. (ବୈଦ୍ଯକ) — ଗର୍ଭସ୍ଥ ମୃତ ଶିଶୁ; ମୃତ ଭ୍ରୁଣ — A dead foetus