ମୁଡ଼ି Muṟḍ̠i

  • ଦେ. ବି. (ସଂ. ଭୃଷ୍ଟ) — ଭୃଷ୍ଟ ତଣ୍ଡୁଳ — Fried rice; parched rice
  • ଦେ. ବି. (ସଂ. ଭୃଷ୍ଟ) — [ଦ୍ର—ଧାନକୁ ପାଣିରେ ଏକ ରାତି ବତୁରାଇ ରଖି ତହିଁ ଆର ଦିନ ଉକ୍ତ ଧାନକୁ ଅର୍ଦ୍ଧ ସିଦ୍ଧ ହେବା ପର୍ଯ୍ୟନ୍ତ ଉଷାଇଁବାକୁ ହୁଏ; ତା ପରେ ଉକ୍ତ ଉଷୁଆଁ ଧାନକୁ ଶୁଖାଇ କୁଟି କରି ଚାଉଳ କରା ଯାଏ। ମୁଢ଼ି ଭାଜିବା ପୂର୍ବରୁ ଉକ୍ତ ଚାଉଳକୁ ହାଣ୍ଡିରେ ନିଆଁ ଉପରେ ବସାଇ ସେଥିରେ ସାମାନ୍ୟ ଲୁଣ ପାଣି ଛିଞ୍ଚି ଚଉଡ଼ାମୁହାଁ ଚଟୁଦ୍ୱାରା ଉକ୍ତ ଚାଉଳକୁ ନିଆଁ ଉପରେ ଉବୁଝାଇବାକୁ ହୁଏ ଓ ସେହି ଉବୁଝା ଚାଉଳ ନିର୍ଜଳ ହେଲାରୁ ତାକୁ ବାଲି ଥିବା ହାଣ୍ଡିରେ ଭାଜିଲେ ମୁଡ଼ି ତିଆରି ହୁଏ।
  • ଦେ. ବି. (ସଂ. ଭୃଷ୍ଟ) — ସାଧାରଣ ଚାଉଳକୁ ଭାଜିଲେ ଉକ୍ତ 'ଚାଉଳ ଭଜା' ମୁଢ଼ିଠାରୁ ଆକାରରେ ଛୋଟ ଓ ଟାଣୁଆ ହୁଏ। କିନ୍ତୁ ମୁଢ଼ିଚାଉଳକୁ ଭାଜିଲେ ଯେଉଁ ମୁଢୀ ହୁଏ ତାହା ଚାଉଳ ଭଜା ଠାରୁ ଫୁଲୁକା ଓ ହାଲୁକା ହୁଏ; ମୁଢ଼ି ଲଘୁପାଚ୍ୟ ଅଟେ। ମୁଢ଼ି ବତୁରା ପାଣିକୁ ବୈଦ୍ୟମାନେ ହିକ୍ୱା ରୋଗୀକୁ ପାନ କରିବା ବ୍ଯବସ୍ଥା କରନ୍ତି।]