ମୁହାଁ Muhāñ

  • ଦେ. ବି — ମୁଆଁ (ଦେଖ) — Muān̄ (See)
  • ଦେ. ବି — (ସଂ. ମନ୍ଥନ) ଦଧି ମନ୍ଥନ — Churning of curds
  • ଦେ. ବି — (ସଂ. ମୁଖ) ଚୁଲ୍ଲୀ ମୁହଁରେ ଜାଳ ଦେବା; ନିଆଁ ଜାଳିବା ପାଇଁ ଜାଳକୁ ଚୁଲ୍ଲୀରେ ପୁରାଇବା — Putting fuel into the oven; trimming a fire
  • ଦେ. ବି — (ସଂ. ମୁଖ) ଅଭିମୁଖୀ ହେବା; ମୁଖ ବୁଲାଇବା — Turning of the face towards
  • ଦେ. ବି — (ସଂ. ମୁଖ) କୌଣସି ଦିଗକୁ ଅଗ୍ରସର ହେବା — Advancing towards a particular direction
  • ଦେ. ବି — (ସଂ. ମୁଖ) କୌଣସି ବିଷୟରେ ପ୍ରବେଶ କରିବା — To enter into a thing
  • ଦେ. ବି — (ସଂ. ମୁଖ) ବଳଦଙ୍କ ମୁହଁ ପାଖେ ଦାନାପାଣି ରଖିବା; ଗୋରୁଙ୍କୁ କୁଣ୍ଡରେ ଦାନାପାଣି କୁଣ୍ଡା କୁଳୁଚି ଆଦି ଖୁଆଇବା — Feeding of cattle with chaff and grains mixed with water in a trough
  • ଦେ. ବି — ମୁଖା — Mask for the face
  • ଦେ. ବିଣ — (ଅନ୍ଯ ଶବ୍ଦ ସଙ୍ଗେ ଲାଗେ ଯଥା ପୋଡ଼ାମୁହାଁ, କାଠମୁହାଁ। ଇତ୍ୟାଦି।)—ମୁଖ ଯୁକ୍ତ — (In compound with other words)— Faced
  • ଦେ. ବିଣ — (ଅନ୍ଯ ଦିଗବାଚକ ଶବ୍ଦ ସଙ୍ଗେ ଯୁକ୍ତ ଯଥା— ଉତ୍ତର ମୁହାଁ, ପୂର୍ବ ମୁହାଁ।)—କୌଣସି ଦିଗକୁ ମୁଖ କରି; ଅଭିମୁଖୀ — (In compound) Facing; having the face turned towards
  • ଦେ. ବିଣ — [ଉ—x x x ଘୋଡ଼ାରେ ଚଢ଼ି ଭାରୀ ଫୁର୍ତ୍ତିରେ କଚେରୀମୁହାଁ ଚାଲିଛନ୍ତି। ଫକୀରମୋହନ. ଗଳ୍ପସଳ୍ପ।]