ମୁହଁ ଚୁହାଁ Muhañ chuhāñ
- ଦେ. ବି. — କୌଣସି ବ୍ଯକ୍ତିର ମୁହଁ ଦେଖିବା; ମୁଖଦର୍ଶନ; ମୁଖବିଲୋକନ — Seeing the face of a person
- ଦେ. ବି. — ବିବାହ ପୂର୍ବରୁ ବରପକ୍ଷୀୟ ଲୋକଙ୍କର କନ୍ୟାର ମୁଖକୁ ଦେଖିବା — Inspection of the face of the bride-elect by the bridegroom's guardians before betrothal or marriage
- ଦେ. ବି. — ଆତ୍ମୀୟ ସ୍ୱଜନମାନେ ନବବଧୂ— ମାନଙ୍କର ମୁହଁ ପ୍ରଥମେ ଦେଖିବା ଉପଲକ୍ଷରେ ଯେଉଁ ଦର୍ଶନୀ ବା ଉପହାର ଦିଅନ୍ତି — Present given to a new bride by the bridegroom's relatives on the occasion of their first seeing her face
- ଦେ. ବି. — ବିବାହର ଆଠମଙ୍ଗଳା ଦିନ କନ୍ଯା ଶ୍ୱଶୁରଘରକୁ ଫେରି ଯିବା ବେଳେ ଶ୍ୱଶୁର ଘରୁ ନବବଧୂକୁ ଦିଆ ଯିବା ଉପଢୌକନ — Preasent given to the newly married girls by the bride's family, when he goes back to her father's house on the 8th day of the marriage ceremony
- ବିଣ. ପୁଂ—(ଅନ୍ଯ ଶବ୍ଦ ସଙ୍ଗେ ଲାଗେ, ଯଥା—ମାଇପ ମୁହଁ ଚୁହାଁ; ଘଇତା ମୁହଁ ଚୁହୀଁ) — ମୁଖନିରୀକ୍ଷଣକାରୀ — Seeing the face of
- ବିଣ. ପୁଂ—(ଅନ୍ଯ ଶବ୍ଦ ସଙ୍ଗେ ଲାଗେ, ଯଥା—ମାଇପ ମୁହଁ ଚୁହାଁ; ଘଇତା ମୁହଁ ଚୁହୀଁ) — ସର୍ବଦା ମୁଖ ଦେଖିବାକୁ ବା ପାଖରେ ରହିବାକୁ ଉତ୍କଣ୍ଠିତ — Eagerly longing to look the face of; loving the company of; very fond of (another)
- ବିଣ. ପୁଂ—(ଅନ୍ଯ ଶବ୍ଦ ସଙ୍ଗେ ଲାଗେ, ଯଥା—ମାଇପ ମୁହଁ ଚୁହାଁ; ଘଇତା ମୁହଁ ଚୁହୀଁ) — ମୁଖାପେକ୍ଷୀ — Depending upon the wish or pleasure of (another)