ମୁହଁ କରିବା Muhañ karibā
- ଦେ. କ୍ରି — ରୋଷପ୍ରକାଶକ ମୁଖଭଙ୍ଗୀ କରିବା — To assume a frowning face; to frown; to scowl
- ଦେ. କ୍ରି — ହର୍ଷସୂଚକ ବା ଦୁଃଖସୂଚକ ମୁଖଭଙ୍ଗୀ କରିବା — To assume a bright or sorrowful countenance
- ଦେ. କ୍ରି — (ଯଥା— ସେ ଆଜି ଏଡ଼େ ମୁହଁ କରିଛି)
- ଦେ. କ୍ରି — [ଦ୍ର—ମୁହଁର ଚେହେରା ଦେଖିଲେ ମନୁଷ୍ୟ ସୁଖୀ ବା ଦୁଃଖୀ ଥିବା ଜଣା ପଡ଼େ । ଏଥିପାଇଁ ହୃଷ୍ଟ ବ୍ଯକ୍ତିକୁ ଲକ୍ଷ୍ୟ କରି କହନ୍ତି "ସେ ମିଠେଈ ଖାଇଲା ଭଳି ମୁହଁ କରିଛି ।" "ସେ ମୋକଦମା ଡିଗ୍ରୀ ପାଇଲା ପରି ମୁହଁ କରିଛି ।" ବିମର୍ଷ ବ୍ଯକ୍ତିକୁ କହନ୍ତି "ସେ ଅଧୁଲି ହଜେଇଲା ପରି ମୁହଁ କରିଛି ।" "ସେ ତିନ୍ତୁଳି ଖାଇଲା ପରି ମୁହଁ କରିଛି ।"]
- ଦେ. କ୍ରି — କୌଣସି ଆଡ଼କୁ ମୁଖ ବୁଲାଇବା; ଅଭିମୁଖୀ ହେବା — To turn one's face towards
- ଦେ. କ୍ରି — (ଯଥା—ତୁ ସିଧା ସିଧା ଉତ୍ତରକୁ ମୁହଁ କରି ଚାଲିଗଲେ ବାଲେଶ୍ୱରରେ ପହଞ୍ଚିବୁ ।]
- ଦେ. କ୍ରି — ଔଷଧ ପ୍ରୟୋଗ ଦ୍ୱାରା ବ୍ରଣକୁ ପଚାଇ ତାହାର ଗୋଟିଏ ମୁହଁ ପ୍ରକାଶିତ କରାଇବା — 2. To cause a boil to come to a head
- ଦେ. କ୍ରି — (ଯଥା—ବଥ ଉପରେ ଗହମ ପୁଲଟିସ୍ ଦେଲେ ଏହା ଶ୍ରୀଘ୍ର ବଥର ଗୋଟିଏ ମୁହଁ କରିଦେବ ।)