ମୁସଳ ମାନ୍ Musaḻa mān
- ବୈଦେ. ବି. ପୁଂ (ଆ. ଏକବଚନ; ମୁସ୍ଲିମ୍=ମୁକ୍ତ ପୁରୁଷ; ବହୁବଚନ —ମୁସଲ୍ମୀନ୍; ମୁସଲ— ମୀନ ଶବ୍ଦ କ୍ରମଶଃ ଅପଭ୍ରଷ୍ଟ ହୋଇ ଫାରସୀରେ ମୁସଲମାନ ରୂପ ଧାରଣ କରିଅଛି —ବଂ ବିଶ୍ୱକୋଷ) — ହଜରତ୍ ମହମ୍ମଦଙ୍କ ପ୍ରବର୍ତ୍ତିତ ଏକେଶ୍ୱର ଧର୍ମା— ବଲମ୍ବୀ ବ୍ଯକ୍ତି; ଇସ୍ଲାମ୍ ଧର୍ମାବଲମ୍ବୀ; ପଠାଣ — Mahomedan; Muslim; Islam
- ବୈଦେ. ବି. ପୁଂ (ଆ. ଏକବଚନ; ମୁସ୍ଲିମ୍=ମୁକ୍ତ ପୁରୁଷ; ବହୁବଚନ —ମୁସଲ୍ମୀନ୍; ମୁସଲ— ମୀନ ଶବ୍ଦ କ୍ରମଶଃ ଅପଭ୍ରଷ୍ଟ ହୋଇ ଫାରସୀରେ ମୁସଲମାନ ରୂପ ଧାରଣ କରିଅଛି —ବଂ ବିଶ୍ୱକୋଷ) — [ଦ୍ର— ମୁସ୍ଲିମ ଓ ଇସ୍ଲାମ ଶବ୍ଦ ଆରବୀ 'ସଲମ' ଧାତୁରୁ ଉତ୍ପନ୍ନ । ଆ. ସଲମ ଧାତୁର ଅର୍ଥ ଆପଦଶୂନ୍ଯ, ମୁକ୍ତ ବା ମୁକ୍ତିଦାନ— କାରୀ । ଯେଉଁ ଧର୍ମ ଗ୍ରହଣ କଲେ ସଂସାରରେ ମନୁଷ୍ୟ ନିରାପଦ ହୁଏ ଓ ପରଲୋକରେ ମୂକ୍ତିଲାଭ କରେ ତାକୁ ହଜରତ ମହମ୍ମଦ ଇସଲାମ ବା ମୁସଲିମ ବା ମୁସଲମାନ ଧର୍ମ ନାମ ଦେଇଅଛନ୍ତି । ସଲାମତ ଓ ସଲାମ ଶବ୍ଦ ଏହି ଆ. ସଲମ ଧାତୁରୁ ଉତ୍ପନ୍ନ । ଦେଶଭେଦରେ ଏ ଧର୍ମାବଲମ୍ବୀ— ମାନଙ୍କର ବିଭିନ୍ନ ନାମ ହୋଇଅଛି । ୟୂରୋପରେ ମୁର; ଆରବରେ ମୁସଲମାନ, ମେସଲେମ; ଆବସିନିଆ ଓ ନିଉ— ବିୟାରେ ହାବସୀ; ପାରସ୍ୟରେ ପାରସୀ; ପୂର୍ବ ଇଉରୋପରେ ମଧ୍ୟଯୁଗରେ ସାରାସିନ । ଏହି ଧର୍ମର ପ୍ରବର୍ତ୍ତକ ହଜରତ ମହମ୍ମଦ ଆରବର ମକ୍କା ନଗରରେ ଖ୍ରୀ. 571 ରେ ଜନ୍ମ ଗ୍ରହଣ କରିଥିଲେ । ଖ୍ରୀ. 622 ରେ ସେ ମକ୍କା ତ୍ୟାଗ କରି ମଦିନାକୁ ଗଲେ ଓ ସେହି ଦିନଠାରୁ ମୁସଲମାନଙ୍କ ପ୍ରଚଳିତ ହିଜ୍ରୀ ସନ ଆରମ୍ଭ ହେଲା । ଖ୍ରୀ. 632 ରେ ହଜତର ମହମ୍ମଦ ଦେହତ୍ୟାଗ କଲେ । ଏକେଶ୍ୱରବାଦ ଏ ଧର୍ମର ପ୍ରଥମ ଧର୍ମନୀତି । 'ଆହ୍ଲା' ହିଁ ଜଗତରେ ଏକମାତ୍ର ପ୍ରଭୁ ଓ ମହମ୍ମଦ ତାଙ୍କର ଜଣେ ପଏଗମ୍ବର ବା ପୃଥିବୀକୁ ପ୍ରେରିତ ଦୂତ ଅଟନ୍ତି ଓ ଏ ଧର୍ମାବଲମ୍ବୀମାନଙ୍କ ଧର୍ମଶାସ୍ତ୍ର କୋରାନରେ ମହମ୍ମଦ ଈଶ୍ୱରାଦେଶମାନ ଲିପିବଦ୍ଧ କରିଅଛନ୍ତି । ଯେ ଏ 3 କଥା ବିଶ୍ୱାସ କରନ୍ତି ସେ ମୁସଲମାନ । ପ୍ରତ୍ୟେକ ମୁସଲମାନର 5 ଟି କର୍ତ୍ତବ୍ୟ ବୋଲି ଈଶ୍ୱରାଦେଶ କୋରାନରେ ଅଛି:— 1 । ଏକେଶ୍ୱରବାଦ କଲମା ପଢ଼ିବା, 2 । ଦିନ ରାତିରେ 5 ଥର ନମାଜ ପଢ଼ିବା, 3 । ରମଜାନ ମାସରେ ଉପବାସ କରିବା, 4 । ଧର୍ମାର୍ଥ ଦାନ କରିବା ଓ 5 । ମକ୍କାକୁ ତୀର୍ଥଯାତ୍ରା କରିବା ।] — [ଦ୍ର— ମୁସ୍ଲିମ ଓ ଇସ୍ଲାମ ଶବ୍ଦ ଆରବୀ 'ସଲମ' ଧାତୁରୁ ଉତ୍ପନ୍ନ ଆ. ସଲମ ଧାତୁର ଅର୍ଥ ଆପଦଶୂନ୍ଯ, ମୁକ୍ତ ବା ମୁକ୍ତିଦାନ— କାରୀ ଯେଉଁ ଧର୍ମ ଗ୍ରହଣ କଲେ ସଂସାରରେ ମନୁଷ୍ୟ ନିରାପଦ ହୁଏ ଓ ପରଲୋକରେ ମୂକ୍ତିଲାଭ କରେ ତାକୁ ହଜରତ ମହମ୍ମଦ ଇସଲାମ ବା ମୁସଲିମ ବା ମୁସଲମାନ ଧର୍ମ ନାମ ଦେଇଅଛନ୍ତି ସଲାମତ ଓ ସଲାମ ଶବ୍ଦ ଏହି ଆ. ସଲମ ଧାତୁରୁ ଉତ୍ପନ୍ନ ଦେଶଭେଦରେ ଏ ଧର୍ମାବଲମ୍ବୀ— ମାନଙ୍କର ବିଭିନ୍ନ ନାମ ହୋଇଅଛି ୟୂରୋପରେ ମୁର; ଆରବରେ ମୁସଲମାନ, ମେସଲେମ; ଆବସିନିଆ ଓ ନିଉ— ବିୟାରେ ହାବସୀ; ପାରସ୍ୟରେ ପାରସୀ; ପୂର୍ବ ଇଉରୋପରେ ମଧ୍ୟଯୁଗରେ ସାରାସିନ ଏହି ଧର୍ମର ପ୍ରବର୍ତ୍ତକ ହଜରତ ମହମ୍ମଦ ଆରବର ମକ୍କା ନଗରରେ ଖ୍ରୀ.571ରେ ଜନ୍ମ ଗ୍ରହଣ କରିଥିଲେ ଖ୍ରୀ.622ରେ ସେ ମକ୍କା ତ୍ୟାଗ କରି ମଦିନାକୁ ଗଲେ ଓ ସେହି ଦିନଠାରୁ ମୁସଲମାନଙ୍କ ପ୍ରଚଳିତ ହିଜ୍ରୀ ସନ ଆରମ୍ଭ ହେଲା ଖ୍ରୀ.632ରେ ହଜତର ମହମ୍ମଦ ଦେହତ୍ୟାଗ କଲେ ଏକେଶ୍ୱରବାଦ ଏ ଧର୍ମର ପ୍ରଥମ ଧର୍ମନୀତି 'ଆହ୍ଲା' ହିଁ ଜଗତରେ ଏକମାତ୍ର ପ୍ରଭୁ ଓ ମହମ୍ମଦ ତାଙ୍କର ଜଣେ ପଏଗମ୍ବର ବା ପୃଥିବୀକୁ ପ୍ରେରିତ ଦୂତ ଅଟନ୍ତି ଓ ଏ ଧର୍ମାବଲମ୍ବୀମାନଙ୍କ ଧର୍ମଶାସ୍ତ୍ର କୋରାନରେ ମହମ୍ମଦ ଈଶ୍ୱରାଦେଶମାନ ଲିପିବଦ୍ଧ କରିଅଛନ୍ତି ଯେ ଏ3କଥା ବିଶ୍ୱାସ କରନ୍ତି ସେ ମୁସଲମାନ ପ୍ରତ୍ୟେକ ମୁସଲମାନର5ଟି କର୍ତ୍ତବ୍ୟ ବୋଲି ଈଶ୍ୱରାଦେଶ କୋରାନରେ ଅଛି:—1 ଏକେଶ୍ୱରବାଦ କଲମା ପଢ଼ିବା,2 ଦିନ ରାତିରେ5ଥର ନମାଜ ପଢ଼ିବା,3 ରମଜାନ ମାସରେ ଉପବାସ କରିବା,4 ଧର୍ମାର୍ଥ ଦାନ କରିବା ଓ5 ମକ୍କାକୁ ତୀର୍ଥଯାତ୍ରା କରିବା ]
- ବୈଦେ. ବି. ପୁଂ (ଆ. ଏକବଚନ; ମୁସ୍ଲିମ୍=ମୁକ୍ତ ପୁରୁଷ; ବହୁବଚନ —ମୁସଲ୍ମୀନ୍; ମୁସଲ— ମୀନ ଶବ୍ଦ କ୍ରମଶଃ ଅପଭ୍ରଷ୍ଟ ହୋଇ ଫାରସୀରେ ମୁସଲମାନ ରୂପ ଧାରଣ କରିଅଛି —ବଂ ବିଶ୍ୱକୋଷ) — ଇସଲାମ ଧର୍ମ — Mahomomedanism