ମୁଷ୍ଟି ଯୋଗ Mushṭi j̄oga

  • ସଂ. ବି (ମୁଷ୍ଟି+ଯୋଗ) — ତୁଟୁକା ଔଷଧ, ଚେରମୂଳି ଆଦି — Simple herbs
  • ସଂ. ବି (ମୁଷ୍ଟି+ଯୋଗ) — ସୂକ୍ଷ୍ମ ଉପାୟ ଅବଲମ୍ବନପୂର୍ବକ ଶରୀରରକ୍ଷା, ବଳ ସମାଧାନ ଓ ରୋଗ ନିରସନ ଆଦି ପାଇଁ ହଠଯୋଗୋକ୍ତ ଯୋଗପ୍ରକ୍ରିୟା ବିଶେଷ — Simple exercises enjoyed in the Hathajoga as remedies for keeping the body strong, healthy
  • ସଂ. ବି (ମୁଷ୍ଟି+ଯୋଗ) — [ଦ୍ର—ଅନେକ ସ୍ଥଳରେ ଦେଖାଯାଏ ଯେ ଅନେକ ରୋଗ ଆୟୁର୍ବେଦୋକ୍ତ ପ୍ରଶସ୍ତ ଓ ଜଟିଳ ଔଷଧ ପ୍ରୟୋଗରେ ଆରୋଗ୍ୟ ହୁଏ ନାହିଁ, କିନ୍ତୁ ସାମାନ୍ୟ ମୁଷ୍ଟି ଯୋଗରେ ତାହା ଆରୋଗ୍ୟ ହୁଏ; ଯଥା—ଡାହାଣ ନାକପୁଡ଼ାରେ ନିଶ୍ୱାସ ଗଲାବେଳେ ଭୋଜନ କରିବା, ବାମ ନାଶାରେ ନିଶ୍ୱାସ ଗଲାବେଳେ ଶୋଇବା, ସକାଳୁ ଉଠି ବାସିପାଣି ପିଇବା, ଲୁଣ ଅଦା ଚୋବାଇବା ।]