ମୁରୁଧନି Murudhani

  • ଗ୍ରା. ବି (ସଂ. ମୂର୍ଦ୍ଧନ୍) — ମସ୍ତକ; ମୁଣ୍ଡ — The head
  • ଗ୍ରା. ବି (ସଂ. ମୂର୍ଦ୍ଧନ୍) — [ଉ—ଦଶଦିଗକୁ ଦଶ ମୂର୍ଦ୍ଧନି କରିବି ତାର ବଳି, ଭୂମିରେ ପଡ଼ିଥିବ ତା ପିଣ୍ଡ ହୋଇ ରୁଧିର ଧୂଳି। ବିଶ୍ୱନାଥ ବିଚିତ୍ରରାମାୟଣ। ତୋ ବଂଶେ ରାଜା ଯେ ହୋଇବ, ମୁର୍ଦ୍ଧନା ଫାଟି ସେ ମରିବ। ଜଗନ୍ନାଥ ଭାଗବତ।]
  • ଗ୍ରା. ବି (ସଂ. ମୂର୍ଦ୍ଧନ୍) — ଶିରଃ ବା ଅଗ୍ରଭାଗ — The top
  • ଗ୍ରା. ବି (ସଂ. ମୂର୍ଦ୍ଧନ୍) — ବହୁଲୋକଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ; ପ୍ରଧାନ ସ୍ଥାନ — Chief or prominent position amongst many
  • ଗ୍ରା. ବି (ସଂ. ମୂର୍ଦ୍ଧନ୍) — ବହୁଲୋକଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ଯକ୍ତି — The chief or headman