ମୁନୁସଫ୍ Munusaph
- ବୈଦେ. ବି (ଆ. ମୁଂସିଫ=ପରିଦର୍ଶକ, ପରିଚାଳକ) — ଇଂରାଜୀଶାସିତ ଜିଲ୍ଲାର ବା ମହକୁମାର ନିମ୍ନତମ ଦେବାନୀ ଅଦାଲତର ବିଚାରପତି — Munsiff; the presiding officer of the civil court of lowest jurusdiction in a judicial district or subdivsion
- ବୈଦେ. ବି (ଆ. ମୁଂସିଫ=ପରିଦର୍ଶକ, ପରିଚାଳକ) — [ଦ୍ର—ଇଂରେଜୀ ଭାଷାରେ ଏହି ଶବ୍ଦ ବ୍ଯବହାର ହେଲାଣି। ମୋଗଲ ରାଜତ୍ୱ କାଳରେ ମୁନସଫ୍ମାନେ ଅମିନମାନଙ୍କର କାର୍ଯ୍ୟ ପରିଦର୍ଶନ କରୁଥିଲେ।]