ମୁଦ୍ଗ ପର୍ଣ୍ଣୀ Mudga parṇṇā

  • ସଂ. ବି. (ମୁଦ୍ଗ+ପର୍ଣ୍ଣ+ଇନ୍; 1 ମା. 1 ବ; ମୁଗ ପରି ପର୍ଣ୍ଣ ଯାହାର) — ବଣ ମୁଗାନୀ; ଘୋଡ଼ା— ମୁଗ — Phaselus Trilobus; Phaseolus Aconitifolius
  • ସଂ. ବି. (ମୁଦ୍ଗ+ପର୍ଣ୍ଣ+ଇନ୍; 1 ମା. 1 ବ; ମୁଗ ପରି ପର୍ଣ୍ଣ ଯାହାର) — [ଦ୍ର—ଏହା ଲଟାଳିଆ ସରୁ ଲୋମଶ ଗୁଳ୍ମ; ଛୁଇଁ ଲୋମଶ ନୁହେଁ। ଏହା ବନ୍ୟ ଜନ୍ମେ। କ୍ୱଚିତ୍ ନିକୃଷ୍ଟ ଜମିରେ ଚାଷ ହୁଏ। ବୈଦ୍ୟକ ମତରେ ଏହା ଶୀତବୀର୍ଯ୍ୟ, ରୁକ୍ଷ, ତିକ୍ତ ମଧୁର, ଶୁକ୍ର ବର୍ଦ୍ଧକ ଓ ଚକ୍ଷୁର ହିତକର। ଏହା କ୍ଷତ, ଶୋଥ, ଗ୍ରହଣୀ ଯୁକ୍ତ ଜ୍ୱର, ଦାହ, ତ୍ରିଦୋଷ, ଗ୍ରହଣୀ, ଅର୍ଶଃ ଓ ଅତିସାର ବିନାଶକ—ଦ୍ରବ୍ଯଗୁଣ।]