ମୁଣ୍ଡିକା Muṇḍikā
- ଦେ. ବି. (ସଂ. ମୁଣ୍ଡିତିକା) — ବଟୁଆଗୁଡ଼ି ଶାଗ; ମୋଡ଼ା ଛୁଇଁ (ଦେଖ) — Sphaeranthus Indicus; Moṟḍ̠ā chhuiñ (See)
- ଦେ. ବି. (ସଂ. ମୁଣ୍ଡିତିକା) — [ଦ୍ର—ଏହା ସୋମରାଜ୍ୟାଦି ବର୍ଗର ବର୍ଷାୟୁଃ ରୋମଶ ଶାକବିଶେଷ। ଏହା ସାଧାରଣତଃ ଧାନ କ୍ଷେତରେ ଜନ୍ମେ। ପତ୍ର ଏକୋତ୍ତର ଓ ଦନ୍ତୁର, ଫୁଲ ଗାଢ଼, ନାଲିଆ ଏବଂ ବଟୁଆ ଭୁଣ୍ଡି ଆକାର ବିଶିଷ୍ଟ। ଶୀତକାଳରେ ଏହା ଫୁଟେ। ଶୁଷ୍କ ମଞ୍ଜରୀ ଦେଖିବାକୁ ଛୋଟ ପଣସ— କଠା ପରି ଲମ୍ବ। ଗଛ ଗନ୍ଧହୀନ। ଏଥିର ଛେଲି ଔଷଧରେ ଲାଗେ। ଏହା କଟୁ ବିପାକ, ଉଷ୍ଣବୀର୍ଯ୍ୟ, ମଧୁର ରସ, ଲଘୁ ଓ ମେଧାଜନକ। ଏହା ଗଳଗଣ୍ଡ, ଅପଚୀ, ଶ୍ଳୀପଦ, ଅରୁଚି, ମୂତ୍ରକୃଛ୍ର, କ୍ରିମି, ଯୋନି— ରୋଗ, ପାଣ୍ଡୁ, ଅପସ୍ମାର, ପ୍ଲୀହା, ମେଦ, ଓ ଗୃହ୍ୟାସ୍ଥି ରୋଗ ନାଶକ।]