ମୁଚୁଳି Muchuḻi

  • ଦେ. ବି — ମାଣ୍ଡି; ତକିଆ; ତୁଳାଆଦି ନରମ ପଦାର୍ଥ— ପୂର୍ଣ୍ଣ ଥଳି — Pillow
  • ଦେ. ବି — [ଉ—ତଳେ ଶୋଇ ହାତ ମୁଚୁଳୀ ଯେ କରଇ, ଦେବେ ତାହାକୁ ପ୍ରଶଂସନ୍ତି ତୋଷ ବହି। କୃଷ୍ଣସିଂହ. ମହାଭାରତ. ବନ।]
  • ଦେ. ବି — ବୋଝିଆମାନେ ମୁଣ୍ଡରେ ବା କାନ୍ଧରେ ବୋଝ ରଖିବା ପାଇଁ ବ୍ଯବହାର କରିବା କନାର ମଳା; ଚୁମୁଳା — A cushion or ball of rags used by porters on the head or shoulders to carry loads on
  • ଦେ. ବି — ହାଣ୍ଡିକୁ ଭୂଇଁରେ ରଖିବା ପାଇଁ ବ୍ଯବହୃତ ପାଳଆଦିର ମୋଡ଼ା; ମଳା — Circular cushion of straw used to set round-based pots securely on the ground