ମୁଙ୍ଗା Muṅgā
- ବୈଦେ. ବି. (ଆସାମୀ; ମୁଗା=ରେସମଉତ୍ପାଦନକାରୀ କୀଟବିଶେଷ; ଏହାର ସୁନା ମୁଗ ପରି ବର୍ଣ୍ଣ ଥିବାରୁ) — ଆସାମଦେଶଜାତ ଏକପ୍ରକାର ଗୋଟିପୋକ- ଜାତ ଈଷିତ୍ ହଳଦିଆ ରେସମ ଲୁଗା; ଆସାମୀ ମଠା — Yellowish silk produced in Assam; the Muga silk
- ବୈଦେ. ବି. (ଆସାମୀ; ମୁଗା=ରେସମଉତ୍ପାଦନକାରୀ କୀଟବିଶେଷ; ଏହାର ସୁନା ମୁଗ ପରି ବର୍ଣ୍ଣ ଥିବାରୁ) — ରେସମ ଗୋଟି ଉତ୍ପାଦନ— କାରୀ ଆସାମଦେଶୀୟ ଏକପ୍ରକାର କୀଟ — The Muga cocoon of Assam; Antheraea
- ବୈଦେ. ବି. (ଆସାମୀ; ମୁଗା=ରେସମଉତ୍ପାଦନକାରୀ କୀଟବିଶେଷ; ଏହାର ସୁନା ମୁଗ ପରି ବର୍ଣ୍ଣ ଥିବାରୁ) — [ଦ୍ର—ଏ କୀଟମାନ "ସୋମ" ଗଛର ପତ୍ର ଖାଇ ବଞ୍ଚନ୍ତି। ଆସାମରେ ଲୋକେ ମୁଗା କୀଟକୁ ପାଳି ତହିଁର ଗୋଟିରୁ ରେସମ ବାହାର କରନ୍ତି। ଉକ୍ତ ଗୋଟିରୁ ବା ଖୋସାରୁ ଯେଉଁ ପାଟ ସୂତା ବାହାରେ, ସେ ସୂତାକୁ ବଳିବାକୁ ହୁଏ ନାହିଁ; ସେହି ଅବଳା ସୂତାରେ ବୁଣା ମଠାକୁ ମୁଗା ବୋଲାଯାଏ। କିନ୍ତୁ ଯେବେ ପୋକ ଗୋଟିକୁ କାଟି ପଳାଇ ଯାଆନ୍ତି ତେବେ ସେ ସୂତା ଖଣ୍ଡଖଣ୍ଡିଆ ହୁଏ ଓ ସେ ସୂତାକୁ ନ ବଳିଲେ ଲୁଗାବୁଣିବାର ସୂତା ହୁଏ ନାହିଁ।]