ମୁକ୍ତା Muktā

  • ସଂ. ବି (ମୁକ୍ତ+ସ୍ତ୍ରୀ. ଆ) — ମୋତି; ଶୁକ୍ତିରୁ ବା ଶାମୁକାରୁ ଜାତ ମଣି — Pearl
  • ସଂ. ବି (ମୁକ୍ତ+ସ୍ତ୍ରୀ. ଆ) — [ଦ୍ର—ଏଥିର ଅପଭ୍ରଂଶ ମୁକୁତା। ହିନ୍ଦୁଶାସ୍ତ୍ର ଅନୁସାରେ ମୁକ୍ତା ଶୁକ୍ତି ବା ଶାମୁକା, ଶଙ୍ଖ, ଗଜମସ୍ତକ, ଭେକମସ୍ତକ (ମତାନ୍ତରରେ ମେଘ), ବରାହ ମସ୍ତକ, ସର୍ପମସ୍ତକ, ବେଣୁ ବା ବଂଶବୃକ୍ଷ ଓ ମତ୍ସ୍ୟମସ୍ତକରୁ ଉତ୍ପନ୍ନ ହୁଏ। ଏହା ନବରନ୍ନ ମଧ୍ୟରେ ଏକତମ। ଏହା ଅଳଙ୍କାରରେ ଲାଗେ ଏବଂ ଜାରିତ ଓ ଶୋଧିତ ହୋଇ ଔଷଧରେ ମଧ୍ୟ ବ୍ଯବହୃତ ହୁଏ।]
  • ସଂ. ବି (ମୁକ୍ତ+ସ୍ତ୍ରୀ. ଆ) — ବେଶ୍ୟା — Harlot; prostitute
  • ସଂ. ବି (ମୁକ୍ତ+ସ୍ତ୍ରୀ. ଆ) — ପୁଂଶ୍ଚଳୀ — An adulteress
  • ଦେ. ବି — ମୁକ୍ତାମଣି ନାମ୍ନୀ ସ୍ତ୍ରୀର ଡାକନାମ — Name for calling a woman, named Muktāmaṇī
  • ସଂ. ବିଣ. ସ୍ତ୍ରୀ (ମୁକ୍ତର ସ୍ତ୍ରୀଲିଙ୍ଗ) — ନଗ୍ନା — Naked (feminine)
  • ସଂ. ବିଣ. ସ୍ତ୍ରୀ (ମୁକ୍ତର ସ୍ତ୍ରୀଲିଙ୍ଗ) — ଅବନ୍ଧା — Untied; loosened; unbound