ମୀମାଂସା Mīmāṁsā

  • ସଂ. ବି (ମାନ୍ ଧାତୁ=ବିଚାର କରିବା+ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ) — ସିଦ୍ଧାନ୍ତ; ନିଷ୍ପତ୍ତି; ବିଚାର; ଶେଷ ଫଳ — Decision; disposal
  • ସଂ. ବି (ମାନ୍ ଧାତୁ=ବିଚାର କରିବା+ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ) — ସମସ୍ୟାର ବା ପ୍ରଶ୍ନର ସମାଧାନ — Solution of a problem or question; determination of a question
  • ସଂ. ବି (ମାନ୍ ଧାତୁ=ବିଚାର କରିବା+ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ) — କୌଣସି ତତ୍ତ୍ୱର ବିଚାର ବା ବିବେଚନ — Deep reflection
  • ସଂ. ବି (ମାନ୍ ଧାତୁ=ବିଚାର କରିବା+ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ) — ତତ୍ତ୍ୱାନୁସନ୍ଧାନ — Enquiry; investigation
  • ସଂ. ବି (ମାନ୍ ଧାତୁ=ବିଚାର କରିବା+ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ) — ଷଡ଼୍ଦର୍ଶନର ଅନ୍ତର୍ଗତ ଜୈମିନି ରଚିତ ଦର୍ଶନ ଶାସ୍ତ୍ର; ପୂର୍ବ ମୀମାଂସା — The system of Hindu philosophy of Jaimini
  • ସଂ. ବି (ମାନ୍ ଧାତୁ=ବିଚାର କରିବା+ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ) — ବେଦବ୍ୟାସ ରଚିତ ବେଦାନ୍ତ; ଉତ୍ତର ମୀମାଂସା — The system of Bedānta philosophy of Byāsa
  • ସଂ. ବି (ମାନ୍ ଧାତୁ=ବିଚାର କରିବା+ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ) — [ଦ୍ର—ମୀମାଂସା ଦୁଇଟି; ଯଥା— 1 । ପୂର୍ବ ମୀମାଂସା—ରଚକ ଜୈମିନି, ବୃତ୍ତି କର୍ତ୍ତା କୁମାର ଭଟ୍ଟ, ଭାଷ୍ୟକର୍ତ୍ତା—ଶ୍ରୀଧର ସ୍ୱାମୀ, ଶବର ସ୍ୱାମୀ, ମାଧବାଚାର୍ଯ୍ଯ; 2 । ଉତ୍ତରମୀମାଂସା—ସୂତ୍ରକର୍ତ୍ତା ବେବ୍ୟାସ, ଭାଷ୍ୟକର୍ତ୍ତା ଶଙ୍କରାଚାର୍ଯ୍ଯ। — [ଦ୍ର—ମୀମାଂସା ଦୁଇଟି; ଯଥା—1 ପୂର୍ବ ମୀମାଂସା—ରଚକ ଜୈମିନି, ବୃତ୍ତି କର୍ତ୍ତା କୁମାର ଭଟ୍ଟ, ଭାଷ୍ୟକର୍ତ୍ତା—ଶ୍ରୀଧର ସ୍ୱାମୀ, ଶବର ସ୍ୱାମୀ, ମାଧବାଚାର୍ଯ୍ଯ;2 ଉତ୍ତରମୀମାଂସା—ସୂତ୍ରକର୍ତ୍ତା ବେବ୍ୟାସ, ଭାଷ୍ୟକର୍ତ୍ତା ଶଙ୍କରାଚାର୍ଯ୍ଯ
  • ସଂ. ବି (ମାନ୍ ଧାତୁ=ବିଚାର କରିବା+ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ) — ପୂର୍ବ ମୀମାଂସାରେ ବେଦରେ କର୍ମକାଣ୍ଡ ବା କ୍ରିୟା କଳାପ ବର୍ଣ୍ଣିତ ଅଛି; ଉତ୍ତର ମୀମାଂସାରେ ବେଦର ଜ୍ଞାନ— କାଣ୍ଡ ବା ବେଦାନ୍ତ ବିଷୟ ବର୍ଣ୍ଣିତ ଅଛି। ସାଧାରଣତଃ ପୂର୍ବ ମୀମାଂସାକୁ 'ମୀମାଂସା' ଓ ଉତ୍ତର ମୀମାଂସାକୁ ବେଦାନ୍ତ ବୋଲାଯାଏ। ବେଦାନ୍ତରେ ବା ଉତ୍ତର ମୀମାଂସାରେ ଅଦ୍ୱୈତବାଦ ପ୍ରତିପାଦିତ ହୋଇଅଛି। କିନ୍ତୁ ପୂର୍ବମୀମାଂସାରେ ବେଦବିହିତ କର୍ମକାଣ୍ଡହିଁ ଲିପିବଦ୍ଧ ହୋଇଅଛି।]
  • ସଂ. ବି (ମାନ୍ ଧାତୁ=ବିଚାର କରିବା+ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ) — [ଦ୍ର—ଏହି ଶବ୍ଦର ଗ୍ରାମ୍ୟ ଅପଭ୍ରଂଶ ମିମାସା, ନିମାସା, ନିମେଇସା ହୁଏ।]