ମିତ୍ର Mitra

  • ସଂ. ବି. ପୁଂ—(ମିଦ୍ ଧାତୁ=ସ୍ନେହ କରିବା+କର୍ତ୍ତୃ. ତ୍ର) ସୁହୃଦ୍; ବନ୍ଧୁ; ବୟସ୍ୟ — Friend
  • ସଂ. ବି. ପୁଂ—(ମିଦ୍ ଧାତୁ=ସ୍ନେହ କରିବା+କର୍ତ୍ତୃ. ତ୍ର) ତପନ; ସୂର୍ଯ୍ୟ — The sun
  • ସଂ. ବି. ପୁଂ—(ମିଦ୍ ଧାତୁ=ସ୍ନେହ କରିବା+କର୍ତ୍ତୃ. ତ୍ର) (ଜ୍ୟୋତିଷ) ଜ୍ୟୋତିଷୋକ୍ତ ତାରା ବା ନକ୍ଷତ୍ରର ଯୋଗ ବିଶେଷ — Name of a conjunction of stars in calculating the horoscope of a person
  • ଦେ. ବି (ବଂ) — ବଙ୍ଗ ଦେଶବାସୀ କାୟସ୍ଥଙ୍କ ବଂଶୋପାଧି ବିଶେଷ — A family-title of Bengali Kāyasthas
  • ଦେ. ବି (ବଂ) — ମିତ୍ରତା — Friendship
  • ଦେ. ବି (ବଂ) — [ଉ—ସୁଗ୍ରୀବ ତୁଲେ ମିତ୍ର କରି ବିରୂପ କଲେ ସେ ଅସୁରୀ। ଜଗନ୍ନାଥ. ଭାଗବତ।]
  • ଦେ. ବିଣ — ସ୍ନିଗ୍ଧ — Charming; sweet; smooth
  • ଦେ. ବିଣ — ପ୍ରିୟ — Dear; agreeable
  • ଦେ. ବିଣ — [ଉ—ବିଧିରେ ତ ବେନି ମହୋତ୍ସବ ଅବଲୋକ, ବୃନ୍ଦାରକେ ଏହା ମିତ୍ର କରଣେ ବିବେକ। ଭଞ୍ଜ. ବୈଦେହୀଶବିଳାସ]
  • ଦେ. ବିଣ — [ଦ୍ର—ଯେଉଁ ବ୍ଯକ୍ତି ସ୍ନେହ କରେ ଓ ଯେ ଏକକ୍ରିୟ ସେ ମିତ୍ର; ସୁଖ ଦୁଃଖ ସବୁ ଅବସ୍ଥାରେ ଯାହାର ପ୍ରେମ— ବନ୍ଧନ ଶିଥିଳ ହୁଏ ନାହିଁ, ସେ ବନ୍ଧୁ; ଯେ ସର୍ବଦା ସହୃଦୟ, ଅର୍ଥାତ୍ ହିତ କାମନାରେ ରତ ସେ ସୁହୃତ୍; ଯେ ସମବୟସ୍କ; ସମରୁଚି, ନିତ୍ୟ ସଙ୍ଗୀ ସେ ସଖା; ଯେ ସମବୟସ୍କ ଆମୋଦ ସଙ୍ଗୀ ସେ ବୟସ୍ୟ।]