ମାୟାବତୀ Māyābatī

  • ସଂ. ବିଣ. ସ୍ତ୍ରୀ (ମାୟାବତ୍+ସ୍ତ୍ରୀ. ଈ) — ମାୟାବିନୀ — Illusive (female)
  • ବି — କୁହୁକିନୀ — A female magician
  • ବି — ଶମ୍ବରାସୁର ଗୃହରେ ପାଳିତା ହେବା ସମୟରେ କାମପତ୍ନୀ ରତିଙ୍କର ନାମ — Name of the wife of Cupid in her second birth in the house of demon Ṡambara
  • ବି — [ଦ୍ର— ହରକୋପାନଳରେ କାମ ଭସ୍ମୀଭୂତ ହେବାରୁ ତତ୍ପତ୍ନୀ ରତି ସେହି ଅଗ୍ନିରେ ଝାସ ଦେବାକୁ ଉଦ୍ୟମ ହେଲେ; କିନ୍ତୁ ମହାଦେବଙ୍କ ବଚନାନୁସାରେ ଶମ୍ବରାସୁରର ଘରେ 'ମାୟାବତୀ' ନାମ ଗ୍ରହଣ କରି ଜନ୍ମି କାମଙ୍କ ପୁନର୍ଜନ୍ମକୁ ଅପେକ୍ଷା କରି ରହିଥିଲେ। କାମଦେବ ଶ୍ରୀକୃଷ୍ଣଙ୍କ ଔରସରେ ରୁକ୍ମଣୀଙ୍କ ଗର୍ଭରୁ ପ୍ରଦ୍ୟୁମ ନାମରେ ପୁନର୍ଜନ୍ମ ଗ୍ରହଣ କରି ଶମ୍ବରାସୁରକୁ ବଧ କଲେ ଓ ମାୟାବତୀଙ୍କୁ ପତ୍ନୀରୂପେ ଗ୍ରହଣ କଲେ।]
  • ବି — ମାୟାଦେବୀ (ଦେଖ) — Māyādebī (See)