ମାଡ଼ି ଆସିବା Māṟḍ̲i āsibā
- ଦେ. କ୍ରି — ପ୍ରବଳ ବେଗରେ ଅଗ୍ରସର ହେବା — To advance swiftly and violently
- ଦେ. କ୍ରି — (ଉ—ପ୍ରବଳ ବେଗରେ; ଘୋର ବୃଷ୍ଟିକାଳ, ଆସିଲା ସଂସାରେ ମାଡ଼ି। ନନ୍ଦକିଶୋର ନିଝରିଣା)
- ଦେ. କ୍ରି — [ପ୍ରୟୋଗ— ନଈବଢ଼ି ମାଡ଼ି ଆସୁଛି; ଘର ପୋଡ଼ିର ନିଆଁ ମାଡ଼ି ଆସୁଛି, ବର୍ଷା ମାଡ଼ି ଆସୁଛି, ଶତ୍ରୁ ସୈନ୍ୟ ମାଡ଼ି ଆସୁଛନ୍ତି।]
- ଦେ. କ୍ରି — ସର୍ବତ୍ର ବ୍ୟାପିବା — To overspread; to be diffused
- ଦେ. କ୍ରି — (ଉ—ଧୂମାକାରେ ଦୂରେ ପର୍ବତର ଛାଇ, ମାଡି ଆସୁଅଛି ଜଳସ୍ଥଳ ଛାଇ। ରାଧାନାଥ. ନନ୍ଦିକେଶ୍ୱରୀ।)
- ଦେ. କ୍ରି — ବିଛଣା ଆଦିରେ ବା କୌଣସି ସ୍ଥାନରେ କ୍ଷଣମାତ୍ର ପାଦ ଦେଇ ସେଠାରୁ ଚାଲି ଆସିବା — To come away from a place or a bed shortly after stepping on it
- ଦେ. କ୍ରି — (ଯଥା—ବେଦୀକର୍ମ ସରୁ ସରୁ ରାତି ଭୋର ହୋଇ ଯିବାରୁ ବରକନ୍ୟା ମାତ୍ର ମଧୁଶଯ୍ଯା ମାଡ଼ି ଆସିଲେ)