ମାଲ୍ୟବାନ Mālyabān
- ସଂ. ବି. ପୁଂ (ମାଲ୍ୟ+ଅସ୍ତ୍ୟର୍ଥେ ବତ୍; 1 ମା 1 ବ) — ପର୍ବତ ବିଶେଷ — Name of a mountain range of South India
- ସଂ. ବି. ପୁଂ (ମାଲ୍ୟ+ଅସ୍ତ୍ୟର୍ଥେ ବତ୍; 1 ମା 1 ବ) — [ଦ୍ର—ପୁରାଣ— ମତରେ ଏହା କେତୁମାଳ ଓ ଇଳାବୃତ ବର୍ଷର ସୀମାପର୍ବତ ଓ ଏହାର ବିସ୍ତାର ନୀଳ ପର୍ବତଠାରୁ ନିଷଧ ପର୍ବତପର୍ଯ୍ୟନ୍ତ (ହି. ଶ)। ବନବାସ ସମୟରେ ରାମଚନ୍ଦ୍ର କିଛିକାଳ ଏହି ପର୍ବତରେ ବାସ କରିଥିଲେ।]
- ସଂ. ବି. ପୁଂ (ମାଲ୍ୟ+ଅସ୍ତ୍ୟର୍ଥେ ବତ୍; 1 ମା 1 ବ) — ରାକ୍ଷସ ବିଶେଷ — Name of a demon who was the maternal granduncle of Rābaṇa
- ସଂ. ବି. ପୁଂ (ମାଲ୍ୟ+ଅସ୍ତ୍ୟର୍ଥେ ବତ୍; 1 ମା 1 ବ) — [ଦ୍ର—ଏ ସୁକେଶ ରାକ୍ଷସର ପୁତ୍ର; ଗନ୍ଧର୍ବକନ୍ୟା ଦେବବତୀଙ୍କ ଗର୍ଭରୁ ଜାତ। ଏହାଙ୍କର ଭାଇ ସୁମାଳୀର କନ୍ୟ ନିକଷା ବା ନୈକଶୀ ରାବଣର ମାତା ଥିଲେ। ଏ ରାବଣର ମନ୍ତ୍ରିତ୍ୱ କରୁଥିଲେ ଓ ରାମାୟଣ ଯୁଦ୍ଧରେ ହତ ହୋଇଥିଲେ।]