ମାରି ହେବା Māri hebā
- ଦେ. କ୍ରି — (ସକର୍ମକ)—ଆପଣା ଦେହରେ ତେଲ ବା ହଳଦୀ ଆଦି ନିଜେ ଲଗାଇ ହେବା — To smear one's own body with oil, turmeric paste etc
- ଦେ. କ୍ରି — (ଯଥା—ତୁ ଶୀଘ୍ର ଦେହରେ ଟିକିଏ ତେଲ ମାରି ହୋଇ ଗାଧୋଇ ପଡ଼୍।)
- ଦେ. କ୍ରି — (ଅକର୍ମକ) ଆପଣା ଦେହରେ ହସ୍ତ ବା ଅସ୍ତ୍ରାଦି ପ୍ରହାର କରିବା — To strike one's hand or a weapon on one's body
- ଦେ. କ୍ରି — [ଉ—ଛେଚି ହୋଇବାକୁ ଜାତ ହୁଏ ବୁଦ୍ଧି, ଛେଚି ମାରି ହେବି ରହି ରହି ଥାଉ ସିଦ୍ଧି। କବିସୂର୍ଯ୍ୟ କବିତା।]
- ଦେ. କ୍ରି — (ଅକର୍ମକ) ଛାଟି ପିଟି ହେବା; ଆପଣାର ଅଙ୍ଗ ପ୍ରତ୍ୟଙ୍ଗକୁ ଭୂମିରେ ବା ପାଣିରେ ବା ଇତସ୍ତତଃ ବାଡ଼େଇବା — To strain one's limbs; to strike one's body against the ground or water or in the air
- ଦେ. କ୍ରି — (ଯଥା—ଏ ପୋଖରୀରେ ସବୁବେଳେ ମାଛ ମାରି ହେଉଅଛନ୍ତି।)
- ଦେ. କ୍ରି — (ସକର୍ମକ) (ଆପଣାର ମୁଣ୍ଡକୁ) ଭୂମିରେ ଆଘାତ କରିବା — To strike (one's head) On the ground
- ଦେ. କ୍ରି — (ଯଥା—ଏଠାରେ ତିନିଦିନ ମୁଣ୍ଡ ମାରି ହେଲେ ସୁଦ୍ଧା କେହି ଶୁଣିବାକୁ ନାହିଁ।)