ମାରି ଦେବା Māri debā
- ଦେ. କ୍ରି — ହତ୍ୟା କରିବା; ବଧ କରିବା — To kill
- ଦେ. କ୍ରି — ବିନାଶ କରିବା — To exterminate; to destroy
- ଦେ. କ୍ରି — (ଉ—ଇନ୍ଦ୍ର ଟିପିଟିପି କରିଣ ଜଳ ବୃଷ୍ଟି, ମାରି ଦେଲେ ପୃଥ୍ୱୀରେ ଥିବାର ଧୂଳିଟି। କୃଷ୍ଣସିଂହ. ମହାଭାରତ ବନ।)
- ଦେ. କ୍ରି — ଚଞ୍ଚଳ ଚଞ୍ଚଳ ଭୋଜନ କରିବା — To eat briskly
- ଦେ. କ୍ରି — (ଉ—ଅଖାଇ ନାନୀ ନ ଖାଏ ଭାତ, ମାରି ଦେଉଥାଏ ପିହାଣ ସାତ—ଢଗ।)
- ଦେ. କ୍ରି — [ଦ୍ର—ଏହିପରି ପେଟେ ମାରି ଦେବା, ଢୋଲେ ମାରି ଦେବା, ଥାଳିଏ ଭାତ ମାରି ଦେବା, କଂସାଏ ପଖାଳ ମାରି ଦେବା ଇତ୍ୟାଦି ହୁଏ।]
- ଦେ. କ୍ରି — (କୌଣସି କାର୍ଯ୍ୟ) ଶୀଘ୍ର ସମାଧାନ କରିବା — To accomplish a thing briskly; to hurry up
- ଦେ. କ୍ରି — ଚଞ୍ଚଳ କୌଣସି କଥା ଉଚ୍ଚାରଣ କରିବା — To speak briskly
- ଦେ. କ୍ରି — ଆଗ ପଛ ନ ବିଚାରି କଥା ପଦେ କହି ଦେବା — To make an offhand remark
- ଦେ. କ୍ରି — (ଉ—ହାଣ୍ଡିଶାଳେ ଭାଗୁଆଳି, ପଦେ ଦୁଇ ପଦ ମାରି ଦିଅନ୍ତି ଲୋ! ସାଙ୍ଗେ ସାଙ୍ଗେ ଜଗୁଆଳି—ଢଗ)