ମାନ୍ଦ୍ରାଜ Māndrāja
- ଦେ. ବି (ସଂ. ମଦ୍ରରାଜ୍ୟ) — ଭାରତର ଦକ୍ଷିଣାଂଶ (ଦାକ୍ଷିଣାତ୍ୟ) ର ପୂର୍ବ ଭାଗରେ ଥିବା ସମୁଦ୍ରର ଉପକୂଳସ୍ଥ ପ୍ରଦେଶ ଓ ନଗର — Name of a province and capital in the east coast of South India. Madras
- ଦେ. ବି (ସଂ. ମଦ୍ରରାଜ୍ୟ) — [ଦ୍ର—ମହାଭାରତରେ ଦୁଇଟି 'ମଦ୍ର' ଦେଶର ଉଲ୍ଲେଖ ଅଛି। ଗୋଟିଏ ଶଲ୍ୟ ରାଜାଙ୍କର, ପଞ୍ଜାବ ଅନ୍ତର୍ଗତ ଇରାବତୀ ଓ ଚନ୍ଦ୍ରଭାଗା ନଦୀର ମଧ୍ୟବର୍ତ୍ତୀ ଦେଶ; ଓ ଅନ୍ୟଟି ଭାରତର ଦକ୍ଷିଣାଂଶରେ ଥିବା ଆଧୁନିକ ମାନ୍ଦ୍ରାଜ ଅଞ୍ଚଳ।
- ଦେ. ବି (ସଂ. ମଦ୍ରରାଜ୍ୟ) — ଏହାହିଁ ଭାରତରେ ଇଂରାଜମାନଙ୍କର ପ୍ରଥମ ଅଧିକୃତ ସ୍ଥାନ। ଏହି ପ୍ରଦେଶର ସ୍ୱତନ୍ତ୍ର ଗଭର୍ଣ୍ଣର, ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ଓ ଶାସନବିଭାଗ ଅଛି। ଏହି ପ୍ରଦେଶର ରାଜଧାନୀ ସମୁଦ୍ର କୂଳରେ ଅବସ୍ଥିତ। ସହରଟି ନଡ଼ିଆ ଗଛର ବଗାଏତମାନଙ୍କ ମଧ୍ୟରେ ଅବସ୍ଥିତ ସୁରମ୍ୟ ଅଟ୍ଟାଳିକାମାନଙ୍କଯୋଗୁଁ ଅତି ରମଣୀୟ ଦେଖାଯାଏ। ସମୁଦ୍ରରୁ 'ନାଳ' ମାନ କଟା ହୋଇ ଏ ସହର ମଧ୍ୟରେ ଜାଲ ପରି ଛନ୍ଦା ହୋଇଅଛି।
- ଦେ. ବି (ସଂ. ମଦ୍ରରାଜ୍ୟ) — ଏହି ପ୍ରଦେଶର ଉତ୍ତରାଂଶରେ 'ତେଲଙ୍ଗା' ଓ ଦକ୍ଷିଣାଂଶରେ 'ତାମିଲ' ଜାତିଙ୍କର ବାସ। ମାନ୍ଦ୍ରାଜର ଉତ୍ତରାଂଶରେ ଥିବା 'ଗଞ୍ଜାମ' ଓ 'ବିଶାଖାପାଟଣା' ଜିଲ୍ଲାରେ ଓଡ଼ିଆ ଜାତି ଅଛନ୍ତି ଓ ଏ ଦୁଇଟି ଉତ୍କଳ ଭାଷୀ ଜିଲ୍ଲାକୁ ଓଡ଼ିଶାରେ ମିଶାଇ ଏକ ଶାସନାଧୀନ କରିବା ପାଇଁ ଉତ୍କଳୀୟମାନ ବହୁ କାଳରୁ ଚେଷ୍ଟା କରୁଥିଲେ। ବର୍ତ୍ତମାନ ବ୍ରିଟିଶ ସରକାର ଓ ପାର୍ଲିଆମେଣ୍ଟ ବହୁ ଅନୁସନ୍ଧାନ ଓ ଆଲୋଚନା ପରେ ଗଞ୍ଜାମ ଓ ବିଶାଖା ପାଟଣାର ଅଧିକାଂଶ ଓଡ଼ିଆଭାଷୀ ଅଞ୍ଚଳକୁ ଓଡ଼ିଶା ସଙ୍ଗେ ମିଶାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ହେବା ଘୋଷଣା କରିଅଛନ୍ତି ଓ ଖ୍ରୀ 1936 ସାଲ ଅପ୍ରେଲ ମାସରୁ ଏହି ନୂତନ ଓଡ଼ିଶା ପ୍ରଦେଶ ସ୍ୱତନ୍ତ୍ର ପ୍ରଦେଶ ରୂପେ ଚଳିବାର ସ୍ଥିର କରିଅଛନ୍ତି। — ଏହି ପ୍ରଦେଶର ଉତ୍ତରାଂଶରେ 'ତେଲଙ୍ଗା' ଓ ଦକ୍ଷିଣାଂଶରେ 'ତାମିଲ' ଜାତିଙ୍କର ବାସ ମାନ୍ଦ୍ରାଜର ଉତ୍ତରାଂଶରେ ଥିବା 'ଗଞ୍ଜାମ' ଓ 'ବିଶାଖାପାଟଣା' ଜିଲ୍ଲାରେ ଓଡ଼ିଆ ଜାତି ଅଛନ୍ତି ଓ ଏ ଦୁଇଟି ଉତ୍କଳ ଭାଷୀ ଜିଲ୍ଲାକୁ ଓଡ଼ିଶାରେ ମିଶାଇ ଏକ ଶାସନାଧୀନ କରିବା ପାଇଁ ଉତ୍କଳୀୟମାନ ବହୁ କାଳରୁ ଚେଷ୍ଟା କରୁଥିଲେ ବର୍ତ୍ତମାନ ବ୍ରିଟିଶ ସରକାର ଓ ପାର୍ଲିଆମେଣ୍ଟ ବହୁ ଅନୁସନ୍ଧାନ ଓ ଆଲୋଚନା ପରେ ଗଞ୍ଜାମ ଓ ବିଶାଖା ପାଟଣାର ଅଧିକାଂଶ ଓଡ଼ିଆଭାଷୀ ଅଞ୍ଚଳକୁ ଓଡ଼ିଶା ସଙ୍ଗେ ମିଶାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ହେବା ଘୋଷଣା କରିଅଛନ୍ତି ଓ ଖ୍ରୀ1936ସାଲ ଅପ୍ରେଲ ମାସରୁ ଏହି ନୂତନ ଓଡ଼ିଶା ପ୍ରଦେଶ ସ୍ୱତନ୍ତ୍ର ପ୍ରଦେଶ ରୂପେ ଚଳିବାର ସ୍ଥିର କରିଅଛନ୍ତି
- ଦେ. ବି (ସଂ. ମଦ୍ରରାଜ୍ୟ) — ଇଉରୋପୀୟ ସଭ୍ୟତା ପ୍ରଥମେ ମାନ୍ଦ୍ରାଜରେ ପ୍ରବେଶ କରିଥିଲା ଓ ଇଂରାଜିମାନେ ମାନ୍ଦ୍ରାଜ ଆଡ଼ରୁ ଅଗ୍ରସର ହୋଇ ଚିଲିକା ମୁହାଣ ବାଟେ ଓଡ଼ିଶାକୁ ଅଧିକାର କରି— ଥିଲେ। ଇଉରୋପୀୟମାନଙ୍କ ଔରସରୁ ଭାରତୀୟା ସ୍ତ୍ରୀଙ୍କ ଗର୍ଭରେ ଜାତ ହୋଇଥିବା କଳା ଫିରଙ୍ଗୀ ବା ଆଙ୍ଗ୍ଳୋ— ଇଣ୍ଡିଆନ୍ — (Anglo Indian)ଜାତିଙ୍କ ବଂଶଧର ଏହି ପ୍ରଦେଶରେ ଅଧିକ ଅଛନ୍ତି ଓ ଏମାନଙ୍କୁ ମାନ୍ଦ୍ରାଜୀ ସାହେବ ବା କଳା ସାହେବ ବୋଲାଯାଏ]