ମାଧ୍ୟାକର୍ଷଣ Mādhyākarshaṇa
- ସଂ. ବି. (ଆଧୁନିକ ବିଜ୍ଞାନ ପରିଭଷା; ମଧ୍ୟ+ଆକର୍ଷଣ+ ଅ) — ପୃଥିବୀର ଯେଉଁ ଆକର୍ଷଣଶକ୍ତି ପ୍ରଭାବରୁ ବସ୍ତୁ ସକଳ ପୃଥିବୀର କେନ୍ଦ୍ର ଆଡ଼କୁ ଟାଣି ହୋଇ ଭୂମିରେ ପତିତ ହୁଏ (ଏହି ଶକ୍ତି ପୃଥିବୀର କେନ୍ଦ୍ରରୁ ବା ମଧ୍ୟସ୍ଥ ବିନ୍ଦୁରୁ କାର୍ଯ୍ୟକାରୀ ହେବାରୁ ବୈଜ୍ଞାନିକମାନେ ଏହାକୁ ଏହି ନାମ ଦେଇଅଛନ୍ତି।) — Gravitation
- ସଂ. ବି. (ଆଧୁନିକ ବିଜ୍ଞାନ ପରିଭଷା; ମଧ୍ୟ+ଆକର୍ଷଣ+ ଅ) — [ଦ୍ର—ପୃଥିବୀର ଏହି ମାଧ୍ୟାକର୍ଷଣ ଶକ୍ତି ବିଷୟ ଭାରତୀୟ ପ୍ରସିଦ୍ଧ ଜ୍ୟୋତିଷୀ ଭାସ୍କରାଚାର୍ଯ୍ଯ 1200 ସମ୍ବତ୍ (ଖ୍ରା. 1144 )ରେ ସୂଚନା କରିଥିଲେ। ତାଙ୍କ ସିଦ୍ଧାନ୍ତ ଶିରୋମଣି ଗ୍ରନ୍ଥରେ ସେ ଲେଖିଛନ୍ତି ଯେ ପୃଥିବୀ ଭାରି ପଦାର୍ଥକୁ ଆପଣା ଆଡ଼କୁ ଆକର୍ଷଣ କରେ ଓ ଏହି ଆକର୍ଷଣ ଶକ୍ତି ବଳରେ ଭାରି ପଦାର୍ଥ ପୃଥିବୀ ପୃଷ୍ଠକୁ ଖସିପଡ଼େ। ଇଉରୋପରେ ନିଉଟନ୍ 1687 ଖ୍ରୀଷ୍ଟାବ୍ଦରେ ପୃଥିବୀର ଏହି ଶକ୍ତି ଥିବାର ଆବଷ୍କାର କଲେ।] — [ଦ୍ର—ପୃଥିବୀର ଏହି ମାଧ୍ୟାକର୍ଷଣ ଶକ୍ତି ବିଷୟ ଭାରତୀୟ ପ୍ରସିଦ୍ଧ ଜ୍ୟୋତିଷୀ ଭାସ୍କରାଚାର୍ଯ୍ଯ1200ସମ୍ବତ୍ (ଖ୍ରା.1144)ରେ ସୂଚନା କରିଥିଲେ ତାଙ୍କ ସିଦ୍ଧାନ୍ତ ଶିରୋମଣି ଗ୍ରନ୍ଥରେ ସେ ଲେଖିଛନ୍ତି ଯେ ପୃଥିବୀ ଭାରି ପଦାର୍ଥକୁ ଆପଣା ଆଡ଼କୁ ଆକର୍ଷଣ କରେ ଓ ଏହି ଆକର୍ଷଣ ଶକ୍ତି ବଳରେ ଭାରି ପଦାର୍ଥ ପୃଥିବୀ ପୃଷ୍ଠକୁ ଖସିପଡ଼େ ଇଉରୋପରେ ନିଉଟନ୍1687ଖ୍ରୀଷ୍ଟାବ୍ଦରେ ପୃଥିବୀର ଏହି ଶକ୍ତି ଥିବାର ଆବଷ୍କାର କଲେ]