ମାଧୁର୍ଯ୍ୟ Mādhurj̄ya
- ସଂ. ବି. (ମଧୁର+ଯ) — ମଧୁରତା; ମାଧୁରୀ — Sweetness
- ସଂ. ବି. (ମଧୁର+ଯ) — ଲାବଣ୍ୟ; ରୂପର ଅନିର୍ବାଚ୍ୟତା — Loveliness; attractive, beauty
- ସଂ. ବି. (ମଧୁର+ଯ) — ଦୟା; ଦାକ୍ଷିଣ୍ୟ — Kindness; amiability
- ସଂ. ବି. (ମଧୁର+ଯ) — କାବ୍ୟର ଗୁଣ ବିଶେଷ; କାବ୍ୟର ଯେଉଁ ଗୁଣ ଥିଲେ ଶ୍ରବଣ ମାତ୍ରକେ ଚିତ୍ତ ଆର୍ଦ୍ର, ଭାବମୟ ଓ ଦ୍ରବୀଭୂତ ହୁଏ — Elegance of style in literature, which melts the hearts of the hearers
- ସଂ. ବି. (ମଧୁର+ଯ) — [ଦ୍ର—ଏହା ଆଦି, କରୁଣ, ବିପ୍ରଲମ୍ଭ ଓ ଶାନ୍ତ ରସରେ ଅପେକ୍ଷାକୃତ ଅଧିକ ଅନୁଭୂତ ହୁଏ। ମାଧୁର୍ଯ୍ଯ— ବ୍ୟଞ୍ଜକ ବର୍ଣ୍ଣ, ଯଥା—ଟ ବର୍ଗ ବ୍ୟତିତ ଯେ କୌଣସି ବର୍ଗର ପଞ୍ଚମ ବର୍ଣ୍ଣ ଯେବେ ସେହି ବର୍ଗର ପ୍ରଥମ, ଦ୍ୱିତୀୟ, ତୃତୀୟ ବା ଚତୁର୍ଥ ବର୍ଣ୍ଣ ସଙ୍ଗେ ସଂଯୁକ୍ତ ହୁଏ ଏବଂ ଣ ଓର ଯେବେ ଅସଂଯୁକ୍ତ ହୁଏ ଏବଂ ରଚନା ଯେବେ ସମାସବିହୀନ ବା ଅଳ୍ପ ସମାସଯୁକ୍ତ ହୁଏ, ତାହାହେଲେ ସେହି ସବୁ ବର୍ଣ୍ଣ ବା ରଚନା ରସବିଶେଷରେ ମାଧୁର୍ଯ୍ଯ ବ୍ୟକ୍ତ କରେ।
- ସଂ. ବି. (ମଧୁର+ଯ) — ଯଥା—ବନ ଦେବୀଙ୍କର ଅଭିସାର ଲୀଳା ଚଳୁଥାଇ ଅବିରତେ, ଚନ୍ଦ୍ରାଲୋକେ ଯାର ଅଭ୍ର ତାରକିତ ବିଶାଳ ଶୁଭ୍ର ସୈକତେ। ତରୁ ବ୍ରତତୀର ପ୍ରେମେ ବନ୍ଧାବନ୍ଧି ଛନ୍ଦାଛନ୍ଦି ଘେନାଘେନି; ଯୋଗୁଁ କୁଞ୍ଜ ପୁଞ୍ଜେ ଅନ୍ଧାରିତ ଯାର ଠାବେ ଠାବେ ନୀର ବେଣୀ। ରାଧାନାଥ. ଯଯାତି।]