ମାତା ପିତୃ ହୀନ Mātā pitṛu hīna

  • ସଂ. ବିଣ. ପୁଂ (ଦ୍ୱନ୍ଦ୍ୱ ଓ ତୃତୀୟା ତତ୍; ମାତୃ ଓ ପିତୃ =ମାତାପିତୃ ଶବ୍ଦ+ହୀନ) — ଯେଉଁ ଶିଶୁର ପିତା ମାତା ମରି ଅଛନ୍ତି; ଅନାଥ (ଶିଶୁ) — Orphaned; (a child) destitute of both parents
  • ସଂ. ବିଣ. ପୁଂ (ଦ୍ୱନ୍ଦ୍ୱ ଓ ତୃତୀୟା ତତ୍; ମାତୃ ଓ ପିତୃ =ମାତାପିତୃ ଶବ୍ଦ+ହୀନ) — [ଦ୍ର—'ମାତୃ ପିତୃହୀନ' ଓ 'ମାତା ପିତାହୀନ' ଶବ୍ଦ ସଂସ୍କୃତ ବ୍ୟାକରଣ ଅନୁସାରେ ଅଶୁଦ୍ଧ । 'ପିତୃ ମାତୃହୀନ'ଶବ୍ଦ ମଧ୍ୟ ଅଶୁଦ୍ଧ । କାରଣ ବ୍ୟାକରଣ ନିୟମ ଅନୁସାରେ ଅଧିକ ସ୍ୱର ବିଶିଷ୍ଟ ନ ହେଲେ ଦ୍ୱନ୍ଦ ସମାସରେ ସ୍ତ୍ରୀଲିଙ୍ଗ ଶବ୍ଦହିଁ ପୂର୍ବରେ ବସେ ଓ ସମଗୋତ୍ର ସୂଚକ ଋକାରାନ୍ତ ଶବ୍ଦ ପରେ ରହିଲେ ପୂର୍ବବର୍ତ୍ତୀ ଋକାରାନ୍ତ ଶବ୍ଦ ଆକାରାନ୍ତ ହୁଏ ।]