ମାଣ୍ଡବ୍ୟ Māṇḍabya
- ସଂ. ବି. ପୁଂ (ନାମ) — ଋଷିବିଶେଷ — Name of a sage
- ସଂ. ବି. ପୁଂ (ନାମ) — [ଦ୍ର—ଏ ତପସ୍ୟାରେ ସିଦ୍ଧ ହୋଇଥିଲେ । ଏକଦା ଏ ସମାଧିମଗ୍ନ ଥିବା ଅବସ୍ଥାରେ କେତେଗୁଡିଏ ଚୋର ଆସି ଏହାଙ୍କ ଆଶ୍ରମରେ ଲୁଚିଲେ। ଚୋରଙ୍କୁ ଧରିବା ପାଇଁ ପଛରେ ଗୋଡାଉଥିବା ରାଜଦୂତ— ମାନେ ଆସି ଚୋରମାନଙ୍କ ସଙ୍ଗେ ଏହାଙ୍କୁ ମଧ୍ୟ ରାଜ— ଦ୍ୱାରକୁ ଚୋର ବୋଲି ବିଚାରି ନେଇଗଲେ । ଏ ପୂର୍ବବତ୍ ଧ୍ୟାନମଗ୍ନ ଥାଆନ୍ତି । ବିଚାରରେ ଏହାଙ୍କୁ ଚୋରଙ୍କ ସଙ୍ଗରେ ଶୂଳୀ ଦଣ୍ଡ ଆଦେଶ ହେଲା । ରାଜପୁରୁଷମାନେ ନେଇ ଏହାଙ୍କୁ ଶୂଳୀରେ ବସାଇ ଦେଲେ; କିନ୍ତୁ ଏ ସମାଧିସ୍ଥ ଥିବାରୁ ତାହାଙ୍କର ମୃତ୍ୟୁ ହେଲା ନାହିଁ ଓ ଶୂଳୀ ଉପରେ ତଦବସ୍ଥ ହୋଇ ବସି ରହିଲେ । ଇତ୍ୟବସରରେ ରାଜ— ପୁରୁଷମାନେ ଏହାଙ୍କୁ ନିର୍ଦୋଷ ତପସ୍ୱୀ ବୋଲି ବୁଝି ପାରି ଏହାଙ୍କୁ ଶୂଳୀରୁ ଉଠାଇ ଦେଲେ । ତତ୍ପରେ ଏ କି ନିମନ୍ତେ ଶୂଳୀ ଦଣ୍ଡ ଭୋଗ କଲେ ଏହା ଜାଣିବା ପାଇଁ ଋଷି ଧର୍ମ— ରାଜଙ୍କୁ ପଚାରିବାରୁ ଧର୍ମରାଜ କହିଲେ ଯେ ଏ ଶୈଶବ କାଳରେ କ୍ରୀଡାଚ୍ଛଳରେ ଗୋଟିଏ ପତଙ୍ଗର ଗୃହ୍ୟଦେଶରେ ଗୋଟିଏ କଣ୍ଟା ଫୋଡ଼ି ଦେଇଥିଲେ ବୋଲି ତହିଁର ଦଣ୍ଡ ସ୍ୱରୂପ ଏହାଙ୍କୁ ଶୂଳବେଧ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଲା ।]