ମାଣିକ୍ୟ Māṇikya
- ସଂ. ବି — (ମଣି=ରତ୍ନ+କୈ ଧାତୁ=ଦୀପ୍ତି ପାଇବା +କର୍ତ୍ତୃ. ଯ)—ପଦ୍ମରାଗ ମଣି; ରକ୍ତବର୍ଣ୍ଣ ରତ୍ନ— ବିଶେଷ; ଚୁନ୍ନୀ — Ruby; Rubinus
- ସଂ. ବି — [ଦ୍ର—ଏହା ଖଣିରୁ ବାହାରେ । ବ୍ରହ୍ମଦେଶ, ଶ୍ୟାମ, ଲଙ୍କା, ମଧ୍ୟଆସିୟା, ୟୁରୋପ, ଅଷ୍ଟ୍ରେଲିଆରେ ମାଣିକ୍ୟର ଖଣି ଅଛି। ରାସାୟନିକ ବିଶ୍ଳେଷଣଦ୍ୱାରା ଦେଖାଯାଇ ଅଛି ଯେ ଏଥିରେ ଆଲୁମିନିୟମ୍, ମାଗ୍ନେସିୟମ୍ ଓ ଅକ୍ସିଜେନ୍ ଅଛି। ଗାଢନାଲି, ଫକ୍କାନାଲି
- ସଂ. ବି — ବା ଗୋଲାପୀ, ନାରଙ୍ଗୀ ଓ ବାଇଁଗଣୀ, ଏପରି ନାନା ବର୍ଣ୍ଣର ମାଣିକ୍ୟ ଅଛି । ମାଣିକ୍ୟକୁ ସୋହାଗା ସଙ୍ଗେ ଅଧିକ ତାପରେ ତରଳାଇଲେ ଏହା କାଚ ପରି ତରଳି ଯାଏ ଓ ଏଥିର ବର୍ଣ୍ଣ ଉଭେଇ ଯାଏ । ଯେଉଁ ମାଣିକ୍ୟ ଗାଢନାଲି ଓ ଯେଉଁ ମାଣିକ୍ୟକୁ ଅନ୍ଯ ମାଣିକ୍ୟରେ ଘଷିଲେ ଦାଗ ପଡ଼େ ନାହିଁ ତାହା ଉତ୍କୃଷ୍ଟ ବୋଲି ବିବେଚିତ ହୁଏ । ପଦ୍ମପାଖୁଡା ବର୍ଣ୍ଣର ମାଣିକ୍ୟକୁ ପଦ୍ମରାଗ, ଗାଢ଼ରକ୍ତ ବା ଈଷତ୍ ନୀଳବର୍ଣ୍ଣର ମାଣିକ୍ୟକୁ ସୌଗନ୍ଧିକ, ପଳାଶଫୁଲ ପରି ତୋଫା ନାଲି— ରଙ୍ଗର ମାଣିକ୍ୟକୁ କୁରୁବିନ୍ଦ ଓ ନୀଳରକ୍ତ ମିଶ୍ରିତ ବର୍ଣ୍ଣର ମାଣିକ୍ୟକୁ ନୀଳଗନ୍ଧକ ବୋଲାଯାଏ । ବୈଦ୍ଯକମତରେ ମାଣିକ୍ୟ ମଧୁର, ସ୍ନିଗ୍ଧ ଓ ବାତପିତ୍ତନାଶକ । ଏଥିର ଚୂନାରେ ଅଳଙ୍କାର ଆଦି ଘଷାଯାଇ ପାଲିସ୍ କରାଯାଏ । ହି. ଶ.]
- ସଂ. ବି — (ଯଥା—ରତ୍ନ ତଳେ ଟୀକା ଦେଖ ।)
- ସଂ. ବି — ଏକପ୍ରକାର ଉତ୍କୃଷ୍ଟ କଦଳୀ (ଦ୍ରବ୍ଯଗୁଣ)- — A species of excellent plantain
- ସଂ. ବି — ଆଠ— ପଳର ଏକ ମାନ — A standard of weight of 8 Paḻas