ମାଟି Māṭi

  • ଦେ. ବି. (ସଂ. ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ) — ମୃତ୍ତିକା — Soil
  • ଦେ. ବି. (ସଂ. ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ) — [ଦ୍ର—ସାଧାରଣତଃ ମାଟି ବାଲିଆରା, ଗୋଡ଼ିଆ, ମଟାଳ, ଅଠାଳିଆ ବା ଚିକିଟା, ଲୁଣି ଓ ପଟୁ ଏହି ଛଅଶ୍ରେଣୀରେ ବିଭକ୍ତ; ବାଲି ଓ ମାଟି ମିଶା ମାଟିକୁ ଦୋରସା ମାଟି ବୋଲାଯାଏ।
  • ଦେ. ବି. (ସଂ. ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ) — ସାଧାରଣ ଚାଷ ଜମିକୁ ଜଳ ଜମି ଓ ନଈକୂଳିଆ ଜମିକୁ ପାଳଜମି ବୋଲାଯାଏ। ଘର ଓ ଘରବାଡ଼ି ଜମିକୁ ଡିହ ଜମି ଓ ଗ୍ରାମ ନିକଟସ୍ଥ ଉର୍ବର ଜମିକୁ କଳା ଜମି ବୋଲାଯାଏ। ପଟୁ ପଡ଼ିଥିବା ଜମିକୁ ପଟୁଜମି ବୋଲାଯାଏ। ଯେଉଁ ମାଟିରେ ମୃତ୍ତିକାର ଭାଗ ବେଶି ତାକୁ 'ମଟାଳ' ବୋଲାଯାଏ। ଏଥିର ଉପର ଶୁଖିଗଲେ ମଧ୍ୟ ଭିତର ଓଦା ଥାଏ। ଏହା କୃଷି ପକ୍ଷରେ ଉପଯୋଗୀ। ମଟାଳ ଜମିର ଅନେକଗୁଡ଼ିଏ ଶ୍ରେଣୀ ବିଭାଗ ଅଛି। ଯଥା—ବାଲିଆ ମଟାଳ, ଗୋଡ଼ିଆ ମଟାଳ, ଦୁଧିଆ ମଟାଳ, ତେଲିଆ ମଟାଳ, ଶୁଧ ମଟାଳ, ଚାଉଳିଆ ମଟାଳ, ପାଉଁସିଆ ମଟାଳ, ବାଘୁଆ ମଟାଳ. କିମ୍ଭିରିଆ ମଟାଳ, ତେଲବାଲିଆ ମଟାଳ, ଧଉଳିଆ ମଟାଳ, ନାଲିଆ ମଟାଳ, ହଳଦିଆ ମଟାଳ, ଜହ୍ନ ମଟାଳ, ହାଡ଼ୁଆ ମଟାଳ, ଖଲି ବା ଖଡ଼ି ମଟାଳ, ଚିକିଟା ମଟାଳ, କଳା ମଟାଳ, ନୁ(ଲୁ)ଣିଆ ମଟାଳ।
  • ଦେ. ବି. (ସଂ. ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ) — ଏହି ଶ୍ରେଣୀବିଭାଗ ମାଡକ୍ସ୍ ସାହେବଙ୍କ ଓଡ଼ିଶା ସେଟଲ୍ମେଣ୍ଟ୍ ରିପୋର୍ଟରୁ ଗୃହୀତ ହୋଇଅଛି।
  • ଦେ. ବି. (ସଂ. ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ) — ଏକପ୍ରକାର ମାଟିକୁ ପାଣି ଦେଇ ହାତରେ ଘଷିଲେ ତହିଁରୁ ବାହାରିବା ଘୋରା ଚନ୍ଦନ ପରି ଧଳା ଲେପକୁ ଲୋକେ ତିଳକରୂପେ ଦେହରେ ଲଗାନ୍ତି, ତାକୁ ତିଳକମାଟି କହନ୍ତି। ଗଙ୍ଗାନଦୀର ପଙ୍କକୁ ବଳି କରି ଶୁଖାଇ ରଖାଯାଏ ଓ ଯେଉଁ ଠାରେ ଗଙ୍ଗାନଦୀ ପାଖରେ ନ ଥାଏ ସେଠାରେ ଏ ମାଟିକୁ ପାଣି ଦେଇ ହାତରେ ଘଷି ତହିଁରୁ ବାହାରିବା ଲେପକୁ ଲୋକ ତିଳକରୂପେ ଦେହରେ ଲଗାନ୍ତି; ତାକୁ ଗଙ୍ଗା ମାଟି ବା ଗଙ୍ଗା ମୃତ୍ତିକା ବୋଲାଯାଏ। ନାଲି ହଳଦିଆ ଓ ଧଳା ରଙ୍ଗର ମାଟିକୁ ପାଣିରେ ଗୋଳି ଲୋକେ ତହିଁରେ କାନ୍ଥ ଲିପନ୍ତି; ତାକୁ ବନମାଟି ବୋଲାଯାଏ। କ୍ଷାରଯୁକ୍ତ ମୃତ୍ତିକାକୁ ସାଜିମାଟି ବୋଲାଯାଏ। ଏକପ୍ରକାର ମାଟି ଖୁବ୍ ଚିକ୍କଣ ଓ ଧଳା, ଏହାକୁ ଚିନାମାଟି ବୋଲାଯାଏ। ମାଟିକୁ ଚକଟି ପୋଡ଼ି ହାଣ୍ଡି, ମାଠିଆ, ନାନା ପାତ୍ର, ଇଟା, ଟାଇଲ୍, ଖପରଲୀ ତିଆରି ହୁଏ। ମାଟିକୁ ଚକଟି ସେଥିରେ କାନ୍ଥ ଦିଆଯାଏ ଓ କାଦୁଅ କରି ଇଟାରେ ବା ପଥରରେ ଗାନ୍ଥନି କରାଯାଏ। ମାଟିକୁ ବଳି ବାଟୁଳି କରାଯାଏ।]
  • ଦେ. ବି. (ସଂ. ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ) — ଭୂତଳ — The surface of the earth
  • ଦେ. ବି. (ସଂ. ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ) — ଭୂମି — Ground
  • ଦେ. ବି. (ସଂ. ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ) — ଧୂଳି — Dust
  • ଦେ. ବି. (ସଂ. ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ) — (ମୃତ୍ତିକାମୟ) ଶରୀର — The material body
  • ଦେ. ବି. (ସଂ. ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ) — ରଦ୍ଦି ବା ନଷ୍ଟ ହୋଇଥିବା ବସ୍ତୁ — Soiled or damaged article
  • ବିଣ — ପଣ୍ଡ; ବୃଥା; ନିଷ୍ଫଳ — Vain; fruitless; abortive
  • ବିଣ — (ଯଥା— ମୋ ପରିଶ୍ରମ ମାଟି ହେଲା।)