ମାଜୁଫଳ Mājuphaḻa
- ଦେ. ବି (ସଂ. ମଜ୍ଜଫଳ ବା ମାୟାଫଳ; ସଂ. ଅନ୍ୟନାମ କୀଠରେଖା; ତୁଳ ଫା. ମାଜ୍ଜୁ) — ପାଶ୍ଚାତ୍ୟ ଦେଶର ଓକ୍ ନାମକ ଗଛର ଗଣ୍ଡି ମଧ୍ୟରୁ ପୋକମାନେ ଗାଳିଥିବା ଏକପ୍ରକାର ଅଣ୍ଡାକାର କୋଷ — Gell nuts; oak gall
- ଦେ. ବି (ସଂ. ମଜ୍ଜଫଳ ବା ମାୟାଫଳ; ସଂ. ଅନ୍ୟନାମ କୀଠରେଖା; ତୁଳ ଫା. ମାଜ୍ଜୁ) — [ଦ୍ର—ଏହା ଦେଖିବାକୁ ଗୁଆଫଳ ପରି, କିନ୍ତୁ ପ୍ରକୃତରେ ଏହା ଫଳ ନୁହେ। ଏହା ପୋକଙ୍କ ମୁଖ୍ୟନିଃସୃତ ଅଠା। ଏହା କେଶର କୃଷ୍ଣତା ସମ୍ପାଦକ ଓ ଶିଥିଳ ଅଙ୍ଗର ସଙ୍କୋଚ— କାରକ ଔଷଧରୂପେ ବ୍ଯବହୃତ ହୁଏ। ଏହା କଷାୟ ତିକ୍ତ ରସ। ଏଥିରୁ ମଧ୍ୟ ଲେଖିବା କାଳି ପ୍ରସ୍ତୁତ ହୁଏ। ଏଥିରୁ ଗାଲୋଟାନିକ୍ ଏସିଡ଼ (Gallotanic acid) ନାମକ ଅମ୍ଳରସ ରାସାୟନିକ ପ୍ରକ୍ରିୟାରେ ବାହାର କରାଯାଏ। ଏହାର ବର୍ଣ୍ଣ ନେଳୀ; ମକ୍କାଫଳ ଦେଖ।]
- ଦେ. ବି (ସଂ. ମଜ୍ଜଫଳ ବା ମାୟାଫଳ; ସଂ. ଅନ୍ୟନାମ କୀଠରେଖା; ତୁଳ ଫା. ମାଜ୍ଜୁ) — ରିଠା (ଦେଖ) — Riṭhā (See)