ମାଛରଙ୍କା Māchha raṇkā
- ଦେ. ବି—(ସଂ. ମତ୍ସ୍ୟରଙ୍କ; ମତ୍ସ୍ୟରଙ୍ଗ) — ଗଙ୍ଗେଇ ଚଢ଼େଇ; ଶାଖାଶ୍ରୟୀ ପକ୍ଷିବିଶେଷ — Kingfisher; Alcedo ispida
- ଦେ. ବି—(ସଂ. ମତ୍ସ୍ୟରଙ୍କ; ମତ୍ସ୍ୟରଙ୍ଗ) — [ଦ୍ର—ଏମାନେ ମତ୍ସ୍ୟଜୀବୀ ଛୋଟ ପକ୍ଷୀ ଏମାନଙ୍କ ମୁଣ୍ଡ ଓ ପିଠି ନେଳିଆ, ଚଞ୍ଚୁ ଦୀର୍ଘ ଓ ଚେପ୍ଟା; ଲାଞ୍ଜ ଛୋଟ; ଲମ୍ବରେ 7\8 ଆଙ୍ଗୁଳ ପର୍ଯ୍ୟନ୍ତ ହୁଅନ୍ତି। ଏମାନେ ପାଣି କୂଳରେ ଥିବା ଗଛ ଉପରେ ବସି ଥାଆନ୍ତି ଓ ପାଣିର ଊର୍ଦ୍ଧ୍ୱରେ କେତେକ ଉଚ୍ଚରେ ପକ୍ଷର ଚେଷ୍ଟାଦ୍ୱାରା ଏକ ସ୍ଥାନରେ ସ୍ଥିର ଭାବରେ ଉଡ଼ି କରି ରହି ପାରନ୍ତି। ପାଣି ଭିତରେ ମାଛଙ୍କୁ ଦେଖିଲାକ୍ଷଣି ହଠାତ୍ ଏକ ଲକ୍ଷ୍ୟରେ ପାଣି ଭିତରକୁ ତୀରବେଗରେ ଖସି ପଡ଼ ମାଛକୁ ଧରି ଉପରକୁ ଉଠାଇ ନେଇ ଗିଳି ଦିଅନ୍ତି। ଏମାନେ ଛୋଟ ଛୋଟ ମାଛ ଧରନ୍ତି।] — [ଦ୍ର—ଏମାନେ ମତ୍ସ୍ୟଜୀବୀ ଛୋଟ ପକ୍ଷୀ ଏମାନଙ୍କ ମୁଣ୍ଡ ଓ ପିଠି ନେଳିଆ, ଚଞ୍ଚୁ ଦୀର୍ଘ ଓ ଚେପ୍ଟା; ଲାଞ୍ଜ ଛୋଟ; ଲମ୍ବରେ7\8ଆଙ୍ଗୁଳ ପର୍ଯ୍ୟନ୍ତ ହୁଅନ୍ତି ଏମାନେ ପାଣି କୂଳରେ ଥିବା ଗଛ ଉପରେ ବସି ଥାଆନ୍ତି ଓ ପାଣିର ଊର୍ଦ୍ଧ୍ୱରେ କେତେକ ଉଚ୍ଚରେ ପକ୍ଷର ଚେଷ୍ଟାଦ୍ୱାରା ଏକ ସ୍ଥାନରେ ସ୍ଥିର ଭାବରେ ଉଡ଼ି କରି ରହି ପାରନ୍ତି ପାଣି ଭିତରେ ମାଛଙ୍କୁ ଦେଖିଲାକ୍ଷଣି ହଠାତ୍ ଏକ ଲକ୍ଷ୍ୟରେ ପାଣି ଭିତରକୁ ତୀରବେଗରେ ଖସି ପଡ଼ ମାଛକୁ ଧରି ଉପରକୁ ଉଠାଇ ନେଇ ଗିଳି ଦିଅନ୍ତି ଏମାନେ ଛୋଟ ଛୋଟ ମାଛ ଧରନ୍ତି]
- ଦେ. ବି—(ସଂ. ମତ୍ସ୍ୟରଙ୍କ; ମତ୍ସ୍ୟରଙ୍ଗ) — ଗଙ୍ଗେଇ ଜାତୀୟ ଏକପ୍ରକାର ପକ୍ଷୀ — Another kind of kingfisher; Halcyon Smyrnensis
- ଦେ. ବି—(ସଂ. ମତ୍ସ୍ୟରଙ୍କ; ମତ୍ସ୍ୟରଙ୍ଗ) — [ଦ୍ର—ଏମାନେ ଗଙ୍ଗେଇ ଚଢ଼େଇଙ୍କଠାରୁ ବଡ଼। ଏମାନଙ୍କର ମୁଣ୍ଡ ଓ ପିଠି କଳା, ପେଟ ଧଳା, ଥଣ୍ଟ ହଳଦିଆ। ଏମାନେ ଏକ ଚାଖଣ୍ଡ ପର୍ଯ୍ୟନ୍ତ ଲମ୍ବା ହୁଅନ୍ତି; କେଁ କେଁ ଶବ୍ଦ କରନ୍ତି। ଏମାନେ ମଧ୍ୟ ପାଣିରେ ହଠାତ୍ ପଡ଼ି ଛୋଟ ମାଛ ଧରି ଆଣି ଶୁଖିଲାରେ ବସି ଖାଆନ୍ତି। ଏମାନେ ନଦୀକୂଳରେ ବେଶି ପରିମାଣରେ ଦେଖାଯାନ୍ତି।]
- ଦେ. ବି—(ସଂ. ମତ୍ସ୍ୟରଙ୍କ; ମତ୍ସ୍ୟରଙ୍ଗ) — ଗଙ୍ଗେଇଜାତୀୟ ଅନ୍ଯ ଏକ ପ୍ରକାର ପକ୍ଷୀ — Another kind of kingfisher; Ceryle Varia; cormorant
- ଦେ. ବି—(ସଂ. ମତ୍ସ୍ୟରଙ୍କ; ମତ୍ସ୍ୟରଙ୍ଗ) — [ଦ୍ର—ଏମାନଙ୍କ ବର୍ଣ୍ଣ ପାଉଁସିଆ; 15\16 ଆଙ୍ଗୁଳ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି; ଏମାନେ ସମୁଦ୍ର ଓ ନଦୀକୂଳରେ ବେଶି ଦେଖା ଯାଆନ୍ତି ଓ ରାତିରେ ଶବ୍ଦ କରନ୍ତି।] — [ଦ୍ର—ଏମାନଙ୍କ ବର୍ଣ୍ଣ ପାଉଁସିଆ;15\16ଆଙ୍ଗୁଳ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି; ଏମାନେ ସମୁଦ୍ର ଓ ନଦୀକୂଳରେ ବେଶି ଦେଖା ଯାଆନ୍ତି ଓ ରାତିରେ ଶବ୍ଦ କରନ୍ତି]
- ବିଣ. ପୁଂ — ମାଛ ରଙ୍କା ପରି ଯେଉଁ ଲୋକର ପ୍ରତିଦିନ ମାଛ ଖାଇବାକୁ ଭାରି ଲାଳସା ବା ପ୍ରବୃତ୍ତି ଥାଏ; ମାଛ ଖାଇବା ପାଇଁ ରଙ୍କୁଣା ଲୋକ — (a person) Having a hankering after taking fish every day