ମାକଡ଼ Mākaṟḍ̠a

  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — ବାନର — Monkey
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — [ଦ୍ର—ଆମ ଦେଶରେ ସାଧାରଣତଃ ଦୁଇ ପ୍ରକାର ମାକଡ଼ ଦେଖା ଯାଆନ୍ତି। 'ହନୁମାକଡ଼' ଓ 'ପାତିମାକଡ଼'। ହନୁମାଙ୍କଡ଼ ମୁହଁ ଓ ହାତ ପାପୁଲି ଓ ତଳିପା କଳା, ଲାଞ୍ଜ ବଡ଼। ଏମାନେ ପାତିମାକଡ଼ ଅପେକ୍ଷା ଅକାରରେ ବଡ଼। ପାତିମାକଡ଼ର ମୁହଁ ନାଲିଆ ଓ ଲାଞ୍ଜ ଛୋଟ। ପୁରୀ, ମଥୁରା, ବୃନ୍ଦାବନ ଆଦି ତୀର୍ଥ ସ୍ଥାନରେ ପାତିମାକଡ଼ମାନେ ଘରେ ପଶି ଲୁଗାପଟା, ଖାଦ୍ୟ ପଦାର୍ଥ ଓ ଛୋଟ ବାସନ ଆଦି ନେଇ ଯାଆନ୍ତି। ମଫସଲରେ ହନୁ— ମାକଡ଼ମାନେ ଫସଲ ନଷ୍ଟ କରନ୍ତି, ଏମନ୍ତ କି ନଡ଼ିଆ ଗଛରେ ଚଢ଼ି କଞ୍ଚା ନଡ଼ିଆର କତା ଛଡ଼ାଇ ଖାଇ ଯାଆନ୍ତି। ଏବେ ସହରରେ ମଧ୍ୟ ମାକଡ଼ଙ୍କ ଉପଦ୍ରବ ବେଶୀ ହେଲାଣି। ଏମାନେ ଅନେକ ଗଛର କଅଁଳ ପତ୍ର ଓ କଞ୍ଚା ବେଲକୁ ଗଛରୁ ଛିଣ୍ଡାଇ ପଥରରେ ପିଟି ତା ମଧ୍ୟରୁ ଶସ ଖାଉଥିବାର ଦେଖାଯାଇଅଛି। ବୋମ୍ବାଇ ପ୍ରଦେଶରେ ଆଉ ଏକପ୍ରକାର ମାକଡ଼ ଅଛନ୍ତି (ନୀଳବାନର)। ଏମାନଙ୍କର ଦେହ ସରୁ, ଲାଙ୍ଗୁଡ଼ରେ ଗୋଛାଏ ବାଳ ଓ ମୁହଁ ଚାରିପାଖେ ବାଳ ଥାଏ। ଯାବା, ବୋର୍ଣ୍ଣିଓ, ଆଫ୍ରିକା, ଆମେରିକା ଆଦି ପ୍ରଦେଶରେ ନାନାପ୍ରକାର ମାକଡ଼ ଅଛନ୍ତି। ଏକପ୍ରକାର ମାକଡ଼ଙ୍କର ଲାଞ୍ଜ ଖୁବ୍ ଲମ୍ବ ଓ ଏମାନେ ଲାଞ୍ଜକୁ ଗଛ ଡାଳରେ ଗୁଡ଼ାଇ ଦେଇ ତଳକୁ ଝୁଲିପଡ଼ି ଏକ ଗଛରୁ ଅନ୍ଯ ଗଛକୁ ଡିଅନ୍ତି। ଏକପ୍ରକାର ମାକଡ଼କୁ 'ବନମନୁଷ୍ୟ' ବୋଲାଯାଏ। ଏମାନେ ମଧ୍ୟ ନାନା ଶ୍ରେଣୀରେ ବିଭକ୍ତ। ଏମାନଙ୍କର ଲାଞ୍ଜ ନାହିଁ। ଏମାନେ ଜଙ୍ଗଲରେ ଡାଳ ପତ୍ରରେ ଘର ତିଆରି କରି ରହନ୍ତି।
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — ରାମାୟଣରେ ରାମଚନ୍ଦ୍ର କପିରାଜ ସୁଗ୍ରୀବଙ୍କ ସହାୟ— ତାରେ ବାନରସୈନ୍ୟଙ୍କଦ୍ୱାରା ସମୁଦ୍ରରେ ସେତୁବନ୍ଧ ନିର୍ମାଣ କରାଇ ଲଙ୍କା ଆକ୍ରମଣପୂର୍ବକ ରାବଣକୁ ବିନାଶ କରିବା ବର୍ଣ୍ଣିତ ହୋଇଅଛି। ରାମଚନ୍ଦ୍ରଙ୍କର ବନବାସ ସମୟରେ ଗୋଟିଏ ମର୍କଟ ବୀର (ହନୁମାନ) ସୀତାଙ୍କୁ ଠାବ କରି ଅସାଧ୍ୟ ସାଧନ କରି ରାମଚନ୍ଦ୍ରଙ୍କର ବହୁ ଉପକାର କରିଥିଲା ଓ ସେ ରାମଚନ୍ଦ୍ରଙ୍କର ପ୍ରଧାନ ଭକ୍ତ। ଏଥିପାଇଁ ମାକଡ଼ମାନେ ଅତି ଅତ୍ୟାଚାର କଲେ ମଧ୍ୟ ହିନ୍ଦୁମାନେ ସେମାନଙ୍କୁ ହନୁମାନର ବଂଶଧର ଭାବି ବଧ କରନ୍ତି ନାହିଁ। ମାକଡ଼ମାନେ ଦଳ ବାନ୍ଧି ରହନ୍ତି ଓ ଗୋଟିଏ ବଳିଷ୍ଠ ଅଣ୍ଡିରା ମାକଡ଼ ସ୍ତ୍ରୀଦଳ ମଧ୍ୟରେ ସର୍ଦ୍ଦାର (ଗେଧ) ରୂପେ ଥାଏ। ଦଳ ମଧ୍ୟରେ ଅଣ୍ଡିରା ପିଲା ଜନ୍ମ ହେଲେ ଗେଧ ସେମାନଙ୍କୁ ମାରିପକାଏ। ଯେଉଁ ଅଣ୍ଡିରା ପିଲାମାନେ ପଳାଇ ଯାଇ ଜୀବନ ରକ୍ଷା କରନ୍ତି ସେମାନେ ଏକତ୍ର ଦଳ ବାନ୍ଧି ରହନ୍ତି; ସେମାନଙ୍କୁ 'ସାତଭାଇଆ ଗେଧ' କହନ୍ତି। ଏମାନେ ଭାରି ଦୁର୍ଦ୍ଦାନ୍ତ ହୁଅନ୍ତି ଓ ସମୟ ସମୟରେ ସ୍ତ୍ରୀଦଳର ଦଳପତି ସଙ୍ଗେ ଯୁଦ୍ଧ କରନ୍ତି ଓ ଉକ୍ତ—ଦଳରୁ କେତେକ ସ୍ତ୍ରୀଙ୍କୁ ନେଇ ନିଜେ ଗୋଟିଏ ଗୋଟିଏ ଦଳପତି ହୁଅନ୍ତି। ହନୁଙ୍କ ଶିଶୁମାନେ ମାଆର ପେଟତଳକୁ ମୁଠାଇ ଧରି ଝୁଲି ରହନ୍ତି ଓ ପାତିଙ୍କ ଶିଶୁମାନେ ମାଆର ପିଠିରେ ଲାଉ ହୁଅନ୍ତି। ପାତିମାନେ ଅତ୍ୟନ୍ତ ଅନୁକରଣ ପ୍ରିୟ। ଲୋକେ ପାତିଙ୍କୁ ପୋଷି ନାନାପ୍ରକାର ଖେଳ କୌତୁକ ଦେଖାଇ ରୋଜଗାର କରନ୍ତି। ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମତରେ ମାକଡ଼ମାନେ ମନୁଷ୍ୟମାନଙ୍କର ପୂର୍ବପୁରୁଷ ଥିଲେ। ସାହେବମାନେ ଭିନ୍ନ ଭିନ୍ନ ଦେଶର ମାକଡ଼ମାନଙ୍କ ବିଷୟ ଗବେଷଣା କରି ମାକଡ଼ମାନଙ୍କ ମଧ୍ୟରେ ପ୍ରଚଳିତ ପରସ୍ପର ଭାବ ଆଦାନ ପ୍ରଦାନର ଭାଷା ସ୍ଥିର କରିଅଛନ୍ତି।
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — ନିମ୍ନରେ କେତେଗୁଡ଼ିଏ ମାକଡ଼ଙ୍କର ନାମ, ବିବରଣ ବାସସ୍ଥାନ ୱେବ୍ଷ୍ଟର ଇଂରାଜି ଡିକ୍ସିନାରୀ — (Webster's Dictonary)ରୁ ସଂଗୃହୀତ ହୋଇଅଛି
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — — Ape(ଏପ୍) ପାତି ମାକଡ଼[No 20 Rhesus(ନ20ରେସସ୍) ଦେଖ]
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — — Barbary ape(ବାର୍ବେରୀ ଏପ୍) ଏମାନେ ଉତ୍ତର ଆଫ୍ରିକାରେ ଓ ଦକ୍ଷିଣ ଇଉରୋପରେ ବାସ କରନ୍ତି ଏମାନଙ୍କର ଲାଞ୍ଜ ନାହିଁ; ଚାରିଗୋଡ଼ରେ ଚାଲନ୍ତି ଇଉରୋପରେ ଏହି ମାକଡ଼ଙ୍କ ଛଡ଼ା ଅନ୍ଯ ମାକଡ଼ ନାହାନ୍ତି(Macacus Innuus)
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — — Baboon(ବାବୁନ୍) ଆଫ୍ରିକାରେ ବାସ କରନ୍ତି ଏମାନେ ଦେଖିବାକୁ ପାତିଙ୍କ ପରି, କିନ୍ତୁ ଏମାନଙ୍କର ମୁହଁ କୁକୁର ମୁହଁ ଭଳି;(Cinocephalus Porcarius.)
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — — Capuchin(କାପୁଚିନ୍)—ଦେଖିବାକୁ ହନୁ ପରିCebus Capucinus. [No. 23 Sapajou(ନ23ସାପାଜୌ) ଦେଖ]
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — — Coaita(କୋଆଇଟା)—ଦକ୍ଷିଣ ଭାରତୀୟ ଦ୍ୱୀପପୁଞ୍ଜରେ ବାସ କରନ୍ତି ଏମାନଙ୍କ ଲାଞ୍ଜ ଓ ହାତଗୋଡ଼ ଲମ୍ବ ଏମାନେ ହନୁ ମାଙ୍କଡ଼ ଜାତୀୟ ଅଟନ୍ତି;(Atelus Paniscus.)
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — — Drill(ଡ଼୍ରିଲ୍)—ପାତିମାକଡ଼ ପରି
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — — Cimpānzee(ସିମ୍ପାଞ୍ଜି)—ଆଫ୍ରିକାରେ ବାସ କରନ୍ତି ଏମାନଙ୍କୁ ବନ ମନୁଷ୍ୟ କୁହାଯାଏ ଏମାନଙ୍କର ଲାଞ୍ଜ ନାହିଁ; ଉଚ୍ଚରେ3\4ଫୁଟ ପର୍ଯ୍ୟନ୍ତ ହୁଅନ୍ତି ଏମାନଙ୍କର ଦେହର ମନୁଷ୍ୟର ଦେହ ସଙ୍ଗେ ବହୁପରିମାଣରେ ସାଦୃଶ୍ୟ ଅଛି;[Anthropithecus Troglodites]
  • ଦେ. ବି. ପୁଂ (ସଂ.ମର୍କଟ; ପ୍ରା. ମକଡ଼) — (ଏଣ୍ଟେଲସ୍) — 8. Entellus, Honuman(ହନୁମାନ୍) ବାHongoor[ହଙ୍ଗୁର୍]—ଭାରତରେ ବାସ କରନ୍ତି ଏମାନଙ୍କର ଲାଞ୍ଜ ବଡ଼ ଏମାନଙ୍କୁ ହନୁମାକଡ଼ କୁହାଯାଏ[Semnopithecus Entellus.]