ମାକ୍ସ ମୁଲ୍ଲର Māks mullar
- ବୈଦେ. ବି (ନାମ) — ପ୍ରଧାନ ସଂସ୍କୃତଜ୍ଞ ଅନୁସନ୍ଧିତ୍ସୁ ପୃଥିବୀ ବିଖ୍ୟାତ ଜର୍ମାନ ପଣ୍ଡିତ — Dr. Fredrich Max Muller; the editor of the Rug-beda in 4 volumes
- ବୈଦେ. ବି (ନାମ) — [ଦ୍ର—ଏ ମହାପୁରୁଷ ଖ୍ରୀ 1823 ରେ ଜନ୍ମଗ୍ରହଣ କରିଥିଲେ ଓ 20 ବର୍ଷ ବୟସରେ ଜର୍ମାନୀର ଲୀପ୍ଜୀଗ୍ ବିଶ୍ୱବିଦ୍ୟାଳୟରୁ ଦର୍ଶନାଚାର୍ଯ୍ଯ — [ଦ୍ର—ଏ ମହାପୁରୁଷ ଖ୍ରୀ1823ରେ ଜନ୍ମଗ୍ରହଣ କରିଥିଲେ ଓ20ବର୍ଷ ବୟସରେ ଜର୍ମାନୀର ଲୀପ୍ଜୀଗ୍ ବିଶ୍ୱବିଦ୍ୟାଳୟରୁ ଦର୍ଶନାଚାର୍ଯ୍ଯ(Doctor of philosophy)ଉପାଧି ଲାଭ କରିଥିଲେ ତତ୍ପରେ ବର୍ଲିନ୍ ଓ ପାରୀ ନଗରୀର ସଂସ୍କୃତଭାଷା ପଣ୍ଡିତମାନଙ୍କଠାରୁ ସଂସ୍କୃତ ଶିକ୍ଷା କରି23ବର୍ଷ ବୟସରେ ଇଂଲଣ୍ଡର ଅକ୍ସଫୋର୍ଡ଼ ନଗରକୁ ଆସି ସେଠାରେ ସ୍ଥାୟୀଭାବେ ବାସ କଲେ ଇଷ୍ଟ୍ ଇଣ୍ଡିଆ କୋମ୍ପାନୀଙ୍କ ନିର୍ଦ୍ଦେଶକ୍ରମେ ଏ ସାୟନାଚାର୍ଯ୍ଯଙ୍କ ଭାଷ୍ୟସହ ଋଗ୍ବେଦକୁ ପ୍ରକାଶ କରିଥିଲେ1858ଠାରୁ ଏ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଭାଷାତତ୍ତ୍ୱର ଅଧ୍ୟାପକ ନିଯୁକ୍ତ ହେଲେ ଖ୍ରୀ1900ରେ ଅକ୍ସଫୋର୍ଡ଼ ଠାରେ77ବର୍ଷ ବୟସରେ ଏହାଙ୍କ ଦେହତ୍ୟାଗ ଘଟିଲା ସଂସ୍କୃତରେ ଏହାଙ୍କର ଅସାଧାରଣ ଗଭୀର ପାଣ୍ଡିତ୍ୟ ଥିଲା ଭାରତବର୍ଷ ପ୍ରତି ଓ ଭାରତୀୟମାନଙ୍କ ପ୍ରତି ଏହାଙ୍କର ଗଭୀର ଅନୁରାଗ ଥିଲା ଏ ଇଂରାଜି ଭାଷାରେ ହିନ୍ଦୁଧର୍ମ, ସଂସ୍କୃତ ସାହିତ୍ୟ ଓ ଭାଷାତତ୍ତ୍ୱ ସମ୍ବନ୍ଧେ ବହୁ ଗ୍ରନ୍ଥ ରଚନା କରିଥିଲେ ଯଥା—The History of Ancient Sanscrit literature, The origin and growth of Religion Sacred books of the East. The science of Languages, India-what it can teach us, Chips from a German workshop, Auld Lang Syne, Ramkrishna-His life and sayings.ଏ ଇଂରାଜୀ ଜାତୀୟ ସଙ୍ଗୀତ(National Anthem)କୁ ସଂସ୍କୃତ ପଦ୍ଯରେ ଅନୁବାଦ କରିଥିଲେ (ସୁବଳଚନ୍ଦ୍ର ବାଙ୍ଗାଲା ଅଭିଧାନ)]