ମାଉସୀ Māusī
- ଦେ. ବି. ସ୍ତ୍ରୀ (ସଂ. ମାତୃସ୍ୱସୃ ମାତୃସ୍ୱସା; ପ୍ରା. ମାଉସିଆ) ମାଆଙ୍କ ଭଉଣୀ — Mother's sister
- ଦେ. ବି. ସ୍ତ୍ରୀ (ସଂ. ମାତୃସ୍ୱସୃ ମାତୃସ୍ୱସା; ପ୍ରା. ମାଉସିଆ) [ଦ୍ର—ମାତାଙ୍କ ପରି ମାଉସୀ ମଧ୍ୟ ପୁତୁରା ଓ ଝିଆରୀମାନଙ୍କୁ ସ୍ନେହ କରନ୍ତି। ଅନେକ ସମୟରେ ମାତୃଶୂନ୍ୟ ସନ୍ତାନ ସନ୍ତତିଙ୍କୁ ମାଉସୀ ପିଲାଦିନୁ ବଢ଼ାଇ ମନୁଷ୍ୟ କରିବାର ଦେଖାଅଛି। ଢଗ ମଧ୍ୟ ଅଛି—'ମାଆ ନଥିଲେ ମାଉସୀ ଗାଈ ନ ଥିଲେ ମଇଁଷି' 'ଏ ଘର ମାଉସୀ ସେ ଘର ପିଇସୀ;—ଢଗ। ବଙ୍ଗଳାରେ—ବରେର ଘରେ ମାସୀ; କନେର ଘରେ ପିସୀ;) ଯେଉଁ ସ୍ତ୍ରୀ ସଙ୍ଗେ ବରକୂଳର ଓ କନ୍ୟାକୂଳର ସମ୍ପର୍କ ଥାଏ ସେ ଉଭୟ କୁଳର କଥା ଜାଣନ୍ତି। ସେହିପରି ଯେଉଁ ବ୍ଯକ୍ତି ବିପକ୍ଷ ଓ ପ୍ରତିଦ୍ୱନ୍ଦୀ, ଉଭୟ ପକ୍ଷଙ୍କ ସହିତ ଘନିଷ୍ଠତା ରଖିଥାଆନ୍ତି ତାଙ୍କ ପ୍ରତି ଏ ଢଗ ବୋଲାଯାଏ।']
- ଦେ. ବି. ସ୍ତ୍ରୀ (ସଂ. ମାତୃସ୍ୱସୃ ମାତୃସ୍ୱସା; ପ୍ରା. ମାଉସିଆ) ସଙ୍ଗାତଙ୍କର ବା ଆପଣାର ମିତ୍ରଙ୍କ ମାତା — The mother of one's friend
- ଦେ. ବି. ସ୍ତ୍ରୀ (ସଂ. ମାତୃସ୍ୱସୃ ମାତୃସ୍ୱସା; ପ୍ରା. ମାଉସିଆ) ମାତୃସ୍ଥାନୀୟା ଓ ଆପଣାଠାରୁ ବୟୋଜ୍ୟେଷ୍ଠାମାନଙ୍କ ପ୍ରତି ପ୍ରଯୁକ୍ତ ଉକ୍ତି — A term used in addressing elderly females and those who' stand in the relation of a mother to the speaker